STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମଣିଷ ଜୀବନ ନୁହଇଁ କେବଳ

ମଣିଷ ଜୀବନ ନୁହଇଁ କେବଳ

1 min
970

ମଣିଷ ଜୀବନ ନୁହଇଁ କେବଳ

ଧନ ଅରଜନେ ମରିବା

ପର ହିତ ଲାଗି ଜୀବନ ହାରିଲେ

ସ୍ଵର୍ଣ ଇତିହାସେ ନାମ ଲେଖିବା


ମଣିଷ ଜୀବନ ନୁହଇଁ କେବଳ

ନିଜ ସ୍ୱାର୍ଥ ପାଇଁ ଖାଲି ଲଢ଼ିବା

ଜାତି ହିତ ସ୍ଵାର୍ଥେ ଜୀବନ ବିକଳେ

ଲଢ଼ି ସିନା ଆମେ ଜୀବନ ଦେବା


ମାନବ ଜୀବନ ନୁହଇଁ କେବଳ

ହିଂସା, ରାଗ, ରୋଷ ରଖି ବଞ୍ଚିବା

ସତ୍ୟବାଦୀ ହୋଇ ପର ଦୁଃଖେ କାନ୍ଦି

ସଭିଙ୍କୁ ହସାଇ ନିଜେ ହସିବା


ମାନବ ଜୀବନ ନୁହଇଁ କେବଳ

ନିଜ ଖୁସି ପାଇଁ କାମ କରିବା

ସମାଜ ମଙ୍ଗଳେ କାମ କରି କରି

ସୁନାର ସଂସାର ଗଢ଼ି ତୋଳିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract