STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ମଣିଷ ହିଁ ଆପଣା ମୋହର ଟଙ୍କା ସାତପର

ମଣିଷ ହିଁ ଆପଣା ମୋହର ଟଙ୍କା ସାତପର

1 min
373


 ଜୀବନଟା ଅଟଇ ସତରେ

ଏକ ବୁନ୍ଦା ଆଲୋକର ଜ୍ୟୋତି

ରଖିଅଛି ମୁହିଁ ଯାରେ

ବନ୍ଦୀ କରି ଘୋର ଅନ୍ଧକାରେ ||


ସେ ଅନ୍ଧାର ଅପସାରଣରେ

ଆଲୋକର ପରିପ୍ରକାଶରେ

ଜୀବନର ଶାସ୍ବତ ଉତ୍ତରଣ

ହୁଏ ବୋଲି ବୁଝିନିଅ ବାରେ ||


ସେ ଆଲୋକ ଜ୍ୟୋତି

ଅଟଇ ଅଂଶ ଯାହାର

ସେ ଅଟଇ ମହାଜ୍ୟୋତି

ଜୀବନ ଆଲୋକ ଜ୍ୟୋତି

ପରମାତ୍ମା ଅଟେ ମହାଜ୍ୟୋତି ||


କରି ମହାଜ୍ୟୋତିର ଅନ୍ବେଷଣ

ମିଳିଗଲେ ମହାଜ୍ୟୋତିର ସନ୍ଧାନ

ପାଇଗଲେ ତାହାର ଦର୍ଶନ

ସମାପ୍ତ କରି ଅନ୍ବେଷଣ

 ଅଖଣ୍ଡ ପ୍ରଶାନ୍ତି ମିଳିଣ

ସାର୍ଥକ ହୁଅଇ ଜୀବନ ||


ସେ ଆଲୋକ ମହଜ୍ୟୋତିର ପଥରେ

 ନ ଚାଲି ମୁଁ ଘୂରିବୁଲେ ଘୋର ଅନ୍ଧକାରେ

ହେ ମହାଜ୍ୟୋତି ତୁମେ ବାରେ

ଦିଅ ମୋତେ ଶୁଦ୍ଧତା ଦୃଢତା ଅନ୍ତଃକରଣରେ 11


ଚାଲି ମୁହିଁ ଆଲୋକ ପଥରେ

ଧର୍ମ ନ୍ୟାୟ ସତ୍ୟଶାନ୍ତି ଭଲପାଇବାରେ

ବ୍ରତୀ ହୋଇ ଦୃଢ ଶୁଦ୍ଧ ଅନ୍ତଃକରଣରେ

ଗଢିଦେବି ନିଜକୁ ମୁଁ ମଣିଷ ଭାବରେ ||


ଭ୍ରମି ଭ୍ରମି ପୁରପଲ୍ଲୀ ସହର ନଗରୀ

 ସ୍ନେହ ପ୍ରୀତି ଭଲପାଇବାକୁ ଖର୍ଚ୍ଚକରି

ଆନନ୍ଦ ଲଭିବି ମଣିଷ ଉପାର୍ଜନ କରି

ଧନ୍ୟ କରିବି ମୁହିଁ ଜୀବନ ମୋହରି ||


 ଜଳୁଥିବ ମିଞ୍ଜିମିଞ୍ଜି ଜୀବନ ସଳିତା

ସମୟ ପବନେ ଝୁଲି ହଲାଇଣ ମଥା

ଭଲପାଇବାରେ ପରିପୂର୍ଣ୍ଣ କହୁଥିବ କଥା 

ବାଣ୍ଟୁଥିବ ଶାନ୍ତି ପ୍ରୀତି ସେନେହ ମମତା ||


ଲୋଡାନାହିଁ ଆଉ ଜମା ମୋର

 ଟଙ୍କା ପଛେ ଅନୁଧାବନର

 ମଣିଷ ହିଁ ଆପଣା ମୋହର

ଟଙ୍କା ପଇସା ଅଟେ ସାତପର 11


ମନ କର୍ଣ୍ଣ ଦେଇ ଶୁଣ ଆହେ ନର

 ହୁଅନା ବିଭୋର ସୁଖେ ଦୁଃଖରେ ଅଧିର

ମଣିଷ ଆପଣା ଅଟେ ଟଙ୍କା ସାତପର

ଯେତେ ପାରୁଅଛ ତୁମେ ମଣିଷକୁ ଧର ||


Rate this content
Log in

Similar oriya poem from Abstract