STORYMIRROR

Anita Jena

Thriller Others

2  

Anita Jena

Thriller Others

ମଣିଷ ଦୁନିଆ ଭଲ ନୁହଁ

ମଣିଷ ଦୁନିଆ ଭଲ ନୁହଁ

1 min
111


କି କଲୁ ରେ ତୁ

                ମଣିଷ କି କଲୁ

ମାନବିକତା କୁ

                ସାରି ଦେଇ

ନିରୀହ ଜୀବନ ତୁ ନେଇ ଗଲୁ।

ବୁଝିବାକୁ ଆଉ କେତେ ସମୟ

                     ତୁ ନବୁ

ମରିବାର ସମୟ ତୋ ଆସିଲାଣି

ଏକଥା କି ଭୁଲି ଗଲୁ।

ଦେଶ ଆଜି ଲଢେ

            କରୋନା ସାଥିରେ

କାହିଁ କେତେ ଜୀବନ ଗଲାଣି

              ଭୋକ ଉପାସରେ

ଶ୍ରେଷ୍ଠ ଜୀବ ଉପରେ କରି ବିଶ୍ବାସ

ନିରୀହ ପଶୁ କରିଦେଲା କି ଦୋଷ

କିଛି ବୁଝିବା ଆଗରୁ

         ହେଇଗଲା ସବୁ ଶେଷ।

କେମିତି ହେଲୁ ତୁ ଏତେ ନିଷ୍ଠୁର

  ଜୀବନ ତୁ ନେଇ ଗଲୁ ସେ ନିଷ୍ପପା ଶିଶୁର

କହିଗଲା ସେ ନିରୀହ ଜୀବ ର

                    ରକ୍ତ ସୁଅ

ଏ ମଣିଷ ଦୁନିଆ ଭଲ ନୁହଁ....

 ମଣିଷ ଦୁନିଆ ଭଲ ନୁହଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller