STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ମଣିଷ ଚିହ୍ନିବା

ମଣିଷ ଚିହ୍ନିବା

1 min
157


ପ୍ରତିଶୋଧ ସୁଖ କ୍ଷଣସ୍ଥାୟୀ ସିନା ଦିଏ ଅନୁତାପ ଦୁଃଖ,

କ୍ଷମା ଦେଇଥିଲେ ସ୍ଥାୟୀସୁଖ ମିଳେ ରହିବ ଜୀବନ ଯାକ ।


ବିଶ୍ଵାସ ସୁଦୃଢ ହୋଇଲେ ସମ୍ପର୍କ ରହିଥାଏ ଚିରଦିନ,

ରକ୍ତର ସମ୍ପର୍କ ଛିନ୍ନ ହୋଇଥାଏ ଦିଆ-ନିଆ ଥିଲେ ଧନ ।


ଧନୀ ସେହି ଜଣେ ଜ୍ଞାନ-ପୁଣ୍ୟ ବଳେ ବାଣ୍ଟି ଯିଏ ସୁଖପାଏ,

ନିସ୍ଵାର୍ଥ ସେବାରେ ପରଉପକାରେ ମହାଜନ ଲାଗିଥାଏ ।


ମାନୀ ସେହି ଜଣେ ଅନ୍ୟର ମାନକୁ ରଖିବାରେ ଯତ୍ନବାନ,

ବଳବାନ ସେହି ଅସହାୟ ପାଇଁ ଦେଇପାରେ ଯେ ଜୀବନ ।


ଦାନୀ ସେହି ଜଣେ ଅକାତର ଭାବେ ଦାନକରେ ସୁପାତ୍ରରେ,

ଜ୍ଞାନୀଲୋକ ସେହି ବିପଦ ବେଳରେ ବୁଦ୍ଧିଦିଏ ନୀରବରେ ।



Rate this content
Log in

Similar oriya poem from Classics