STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମଣିପୁର ନିଆଁ

ମଣିପୁର ନିଆଁ

2 mins
315

  ମଣିପୁର ନିଆଁ ଜାଳୁଛି ଦୁନିଆଁ

   ଜାଳୁଛି ଭାରତ ବର୍ଷ

   ମାଟି ମା ପାଇଁ ଯଦି ଜଳେ

    ତୁମ ହୃଦୟ କର ବିଚାର ବିମର୍ଷ

   ହେ ପ୍ରଧାନ ମନ୍ତ୍ରୀ ମୁଖ୍ୟ ମନ୍ତ୍ରୀ 

   ରାଜ୍ୟପାଳ ରାଷ୍ଟ୍ରପତି

    ମାନବିକତା ମାନବ ପଣିଆ 

   ଯଦି ତୁମ ହୃଦୟ କୁ କରୁଛି ସ୍ପର୍ଶ

      ଜାତି ଧର୍ମ ନିର୍ବିଶେଷରେ

  ତୁମେ ମାନବିକତା ମୂଲ୍ୟବୋଧ କୁ କର ସ୍ପର୍ଶ।


    ନାହିଁ ଏଠି କିଛି ବାଧ୍ୟ ବାଧକତା

     ନାହିଁ ଏଠି ଜାତି ଧର୍ମ ବର୍ଣ୍ଣ ର ପ୍ରଶ୍ନ

     ମହିଳା ହୋଇକି ମହିଳା କୁ ତୁମେ ଚିହ୍ନ

    ରାଜ୍ୟପାଳ ରାଷ୍ଟ୍ରପତି ଯଦି ମହିଳା

     ମହିଳା ଙ୍କୁ କିମ୍ପା ଭାଵ ଏତେ ହୀନ ?

   

   କ୍ଷମା କରିବନି ତୁମକୁ ଇତିହାସ

    କ୍ଷମା କରିବନି ମହିଳା ଜାତି ଇତିହାସ

    ତୁମେ ହୁଅ ପ୍ରଥମ ନାଗରିକ ଅବା

     ଏ ଜାତିର ସନ୍ଦେଶ

    କ୍ଷମା କରିବନି କେବେ ତୁମକୁ ଇତିହାସ

    ହୋଇ ଆଦିବାସୀ ମହିଳା

     ପାଇଛ ଆସନ ଶୀର୍ଷ

    ପ୍ରଥମ ନାଗରିକ ଏ ଦେଶର

     ବୁଝିନ କି ତୁମ କର୍ତ୍ତବ୍ୟ 

     ବୁଝିନ କି ଦଳିତ ବୁକୁର ଶୋଷ

    ଶୋଷଣ କଷଣ ଭିତରେ

    ମଣିପୁର ଆଜି ହେଉଛି ଶେଷ ।


    ତୁମେ ନୁହଁ ବ୍ୟକ୍ତି ତୁମେ ଅନୁଷ୍ଠାନ

    ତୁମେ ଗଢୁଛ ଏ ଦେଶର ବିଧି ବିଧାନ

     ତୁମ ପାଇଁ ପରା ସଭିଏଁ ସମାନ

   ଦେଶ ମାତୃକାର ସେବା ପାଇଁ 

   ତୁମେ ପରା ଅଟ ଏ ଜାତି ର ସମ୍ମାନ

   ଏ ଗଣତନ୍ତ୍ର ଏ ସମ୍ବିଧାନ

   ତୁମ ପାଇଁ ପରା ଅଟଇ ଆହ୍ଵାନ

    ‌ନେତା ନୁହେଁ ଦଳ ନୁହେଁ

      ଜାତି ନୁହେଁ ଧର୍ମ ନୁହେଁ

    ତୁମେ ହିଁ ଏ ଜାତି ର ସମ୍ମାନ

    ତୁମେ ଏ ଦେଶ ର ପ୍ରଥମ ନାଗରିକ

    ରଖ ଏ ଜାତି ଏ ଦେଶର ଟେକ।


   ତୁମେ ଆଦିବାସୀ ତୁମେ ମହିଳା

   ତୁମେ ଦୂର କରିବ ଏ ଦେଶୁ ମଇଳା

    ତୁମେ ରଚିବ ଏ ଦେଶ ଇତିହାସ

   ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

     ଧର୍ମ କୁ କରି ଦେବ ଶେଷ

   ତୁମେ ଓଡ଼ିଆ ତୁମେ ଦଳିତ

    ତୁମେ ଆଦିବାସୀ ଙ୍କ ଶେଷ ନିଃଶ୍ୱାସ

    ତୁମ ପାଇଁ ମଣିପୁର ଝିଅ ବୋହୂ

     ଆଦିବାସୀ ମହିଳା ପାଇବେ ବିଶ୍ଵାସ

     କାହିଁକି ତୁମେ ନୀରବ

     କାହିଁକି ତୁମେ ଆଦିବାସୀଙ୍କ

       ତୁଟାଅ ବିଶ୍ଵାସ

     ପଦ ପଦବୀ ତୁମ ପାଇଁ କ'ଣ ମହାଆକାଶ

    ହେ ଓଡ଼ିଆ ଝିଅ ଓଡ଼ିଆ ଙ୍କ ରଖ ବିଶ୍ଵାସ

     ବିଶ୍ଵ ଦରବାରେ ଓଡ଼ିଆ ନ ହେଉ ନିନ୍ଦିତ

    ମଣିପୁର ନିଆଁ ଲିଭାଇ ତୁମେ

‌    ଓଡ଼ିଆ ଜାତିକୁ କର ତୁମେ ତୃପ୍ତ

    ନୁହେଁ ଓଡ଼ିଆ ନପୁଂସକ

     ନୁହେଁ ଓଡ଼ିଆ ଭୀରୁ କାପୁରୁଷ

     ଏ କଥା କର ପ୍ରମାଣିତ

    ହେ ମହା ମହିମ ରାଷ୍ଟ୍ରପତି

    ଦ୍ରୌପଦୀ ମୁର୍ମୁ 

    ଆଦିବାସୀ ଜନଜାତିଙ୍କ ପାଇଁ 

      ହୋଇ ରହିବ ଚିର ବନ୍ଦିତ

    ରୁହନି କାହାର ଚାପରେ

    ଉଠ ରାଜନୀତି ରୁ ଉର୍ଦ୍ଧ୍ବ ରେ

   ଦେଖ ଏ ସାରା ଦୁନିଆଁ

   ଲିଭାଅ ମଣିପୁର ନିଆଁ

   ଦେଖାଅ ଦେଖାଅ ତୁମ 

    ମାନବିକତା ଓ ମଣିଷ ପଣିଆ ।

 

   ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

    ଆମେ ହିଁ ସମସ୍ତେ ମଣିଷ

   ରାଜନୀତି ଠାରୁ ଉର୍ଦ୍ଧ୍ବ ରେ ରହି

    ମଣିଷ କୁ ଦିଅ ବିଶ୍ଵାସ

    ମାତୃ ଜାତିକୁ କର ସମ୍ମାନ

     ମାତୃଭୂମି ପ୍ରତି ଦିଅ ଧ୍ୟାନ

    ଶସ୍ତା ରାଜନୀତି

      ଶସ୍ତା କ୍ଷମତା ପାଇଁ

    ନିଜକୁ କରନା ନିନ୍ଦିତ

   ହେ ମହା ମହିମ 

    ତୁମେ ଏ ଦେଶର ପଟ୍ଟଚିତ୍ର

    ତୁମକୁ ନେଇ ଏ ଦେଶେ

     ନ ଜଳୁ ନିଆଁ

   ଲିଭି ଲିଭି ଯାଉ ତୁମ ପାଇଁ

    ଆମ ମଣିପୁର ନିଆଁ ।


   ତୁମେ ହିଁ ମା ତୁମେ ହିଁ ସାହା

   ନଗ୍ନ ଆଦିବାସୀ ଝିଅ କାନ୍ଦୁଅଛି

   କରି ତୁମକୁ ସାହା

   ତୁମେ ରାଷ୍ଟ୍ରପତି ତୁମେ ଦେଶ ଶକ୍ତି

 କେ ପୋଛିବ କୁହ ଆଦିବାସୀ 

   କନ୍ୟା ଆଖିର ଲୁହ

   କେ ଦେବ ତାଙ୍କୁ ମୁକ୍ତି ଓ ଶାନ୍ତି

   ଦେଶ ଠାରୁ ବଡ କୁହ କି ଦଳ

   ଏ ଦେଶ ଏ ଜାତିକୁ କିଆଁ

   କର ତୁମେ ହିଁ ଦୁର୍ବଳ

    ତୁମ ନାମ ନେଇ

     ତୁମ ନାମ ଧ୍ୟାୟୀ

    ଶକ୍ତିଶାଳୀ ହୁଏ ତୁମ ଦଳ

   ଆଦିବାସୀ ଝିଅ କଲା କି ଦୋଷ

   ତା'ର ନଗ୍ନ ଚିତ୍ର କି ଦିଏ ସନ୍ଦେଶ

    ଲାଗେ ପରିହାସ

     ଜାଳି ଜଳି ଦେଉଛି ଦୁନିଆଁ

    ସାରା ବିଶ୍ଵେ ଖେଳିଛି

    ସତେ କି ମଣିପୁର ନିଆଁ ?

  

   ଶୁଣ ସରକାର ଶୁଣ ରାଜନେତା

     ସବୁଠୁ ବଡ ନୀତି ନୈତିକତା 

   ନାହିଁ ଯଦି ତୁମ ମନେ ଭୟ ଓ ଛାନିଆଁ

    ଝିଅ ବୋହୂ ଙ୍କ ଈଜ୍ଜତରେ ଖେଳି

    ପୋଡ଼ି ଚାଲ ପୋଡି ଚାଲ ଏ ଦୁନିଆଁ

    ହୁଅନ୍ତୁ ବିରୋଧୀ ହୂଅନ୍ତୁ ଶାସକ

    ଯଦି ଲାଜ ସରମକୁ ଭୁଲି

    ଏ ଦେଶେ ଲଗାଅରେ ନିଆଁ

   ଜନଗଣ କେବେ କରିବେନି କ୍ଷମା

    ହଜାଇ ଦେବେ ତୁମ ଚଉକି ର ନିଶା

    ହଜାଇ ଦେବେ ତୁମ

     କ୍ଷମତା ଚଉକି ର କ୍ଷମତା ଦୁନିଆଁ

    ଆଜି ନ ହେଲେ ବି କାଲି

     ଜାଳି ପୋଡିଦେବ ତୁମ ସଭିଙ୍କୁ

     ମଣିପୁର ନିଆଁ

     ହୁଅ ତୁମେ ବିରୋଧୀ ଅବା

      ହୁଅ ତୁମେ ଶାସକ

      ନାରୀ ଆଖିର ତତଲା ଲୁହ

      ଆଜି ନ ହେଲେ ବି କାଲି

      ଜଳାଇ ଦେବ ତୁମ ସମସ୍ତଙ୍କୁ

       ମଣିପୁର ନିଆଁ ମଣିପୁର ନିଆଁ ।


    


Rate this content
Log in

Similar oriya poem from Abstract