STORYMIRROR

Ajita Mishra

Inspirational

3  

Ajita Mishra

Inspirational

ମଣିମା

ମଣିମା

1 min
258

ଅଗୁର ଚନ୍ଦନ ତୁଳସୀ କର୍ପୂର  

ହୃଦ ବାସଫୁଲ କମଳପୟର

ମନେ ପଡିଯାଏ ରତ୍ନସିଂହାସନ    

ପୁଷର ପହିଲି ଭକତର ମନ

ବିବିଧ ଶୃଙ୍ଖଳ କିଛି ଜଣା ନାହିଁ

ଆକୁଳେ ଡାକୁଛି ଶୁଣ ଏବେ ସାଇଁ

ବିଷର୍ଣ୍ଣ କରାଳ ଆସିଛି ସମୟ 

ଉଦ୍ଧାର ଶ୍ରୀପତି ରଖ ଦୟାମୟ 

କେତେ ଦିନ ଆଉ କୋପ ବହିଥିବ

ଭକତେ ଦର୍ଶନ ଦିଅ ରାଧାଧବ 

ପୁଲକିତ ହେଉ ପବିତ୍ର ଶ୍ରୀକ୍ଷେତ୍ର

ବାରମାସ ଯାତ ଦେଖୁ ପାପ ନେତ୍ର

ଡାକ ଶୁଣ ଏବେ ପଡୁଛି ଶରଣ

ଉଦ୍ଧାର ହେ ପ୍ରଭୁ ନରନାରାୟଣ

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational