ମଣିମା
ମଣିମା
ଅଗୁର ଚନ୍ଦନ ତୁଳସୀ କର୍ପୂର
ହୃଦ ବାସଫୁଲ କମଳପୟର
ମନେ ପଡିଯାଏ ରତ୍ନସିଂହାସନ
ପୁଷର ପହିଲି ଭକତର ମନ
ବିବିଧ ଶୃଙ୍ଖଳ କିଛି ଜଣା ନାହିଁ
ଆକୁଳେ ଡାକୁଛି ଶୁଣ ଏବେ ସାଇଁ
ବିଷର୍ଣ୍ଣ କରାଳ ଆସିଛି ସମୟ
ଉଦ୍ଧାର ଶ୍ରୀପତି ରଖ ଦୟାମୟ
କେତେ ଦିନ ଆଉ କୋପ ବହିଥିବ
ଭକତେ ଦର୍ଶନ ଦିଅ ରାଧାଧବ
ପୁଲକିତ ହେଉ ପବିତ୍ର ଶ୍ରୀକ୍ଷେତ୍ର
ବାରମାସ ଯାତ ଦେଖୁ ପାପ ନେତ୍ର
ଡାକ ଶୁଣ ଏବେ ପଡୁଛି ଶରଣ
ଉଦ୍ଧାର ହେ ପ୍ରଭୁ ନରନାରାୟଣ
