STORYMIRROR

Chittaranjan Nanda

Abstract Fantasy Others

3  

Chittaranjan Nanda

Abstract Fantasy Others

ମଣି କ୍ଷେତ୍ର

ମଣି କ୍ଷେତ୍ର

1 min
137



ବାବା ମଣି ଶିବ ବିରାଜନ୍ତି

ଭଦ୍ରକ ମାଟିରେ,

ବୈତରଣୀର ତୀରେ ପୁଣ୍ୟ

ଆରଡି ଭୂମିରେ |୧|

କଳା ମୁଗୁନି ପଥରେ ବାବା

ମଣିଙ୍କର ମୂର୍ତ୍ତି,

ରହି ଅଛି ବାବା, ବହୁ କିମ୍ବଦନ୍ତୀ,

ଗୁଣ କୀର୍ତ୍ତି |୨|

ତିନୋଟି ଜିଲ୍ଲାର ସୀମାରେ,

ସେଇ ମଣିକ୍ଷେତ୍ର

ଲଙ୍ଗଳ କର୍ଷଣେ ଆଖଣ୍ଡଳମଣି

ହେଲେ ଆବିର୍ଭୁତ |୩|

କଥା ଅଛି ଗୁଣି ଗାରେଡି

ଲାଗେନି ସେ ଧାମରେ

ବିଷ ଓ ରୋଗ ହୁଏ ଦୂର,

କୁଣ୍ଡର ଜଳ ବ୍ୟବହାରେ |୪|

ଜୟ ଜୟ ଆଖଣ୍ଡଳମଣି, ହେ

ମୋର ଆରଡ଼ି ଈଶ୍ୱର

ମଣିକ୍ଷେତ୍ର ଶୈବ ପୀଠରୁ, ମୋତେ

ବତାଅ ପଥ ସତ୍ୟର |୫|


Rate this content
Log in

Similar oriya poem from Abstract