STORYMIRROR

Biswanath Nayak

Romance

3  

Biswanath Nayak

Romance

ମନକୁଞ୍ଜ ------

ମନକୁଞ୍ଜ ------

1 min
303


ମଧୁଝରା ଏହି

ପିଆସୀ ରଜନୀ

ସୁଧାଭରା ବନିଯାଉ,

ଚୁପିଚୁପି ଆସ

ରାଈ ଗୋ ସପନେ

ପିରତିର ମାନ ରହୁ

ମଧୁ ମଳୟର

କାଉଁରି ଲଗନେ

ଶତଦଳ ଫୁଟୁ ମନେ,

ବିକଶିତ ହେଉ

ଅନୁରାଗ କଢି

ଗୋପନେ ମନ ବିପିନେ

ତୁମ କଳାମେଘି

କବରୀକୁ ଦେଖି

ଲାଜରେ ମରୁ ଭଅଁର,

ତୁମ ନୂପୁରର 

ମଧୁର ନିକ୍ଵଣେ

ନାଚୁ ମୋ ମନ ଚକୋର

ହୃଦୟ କନ୍ଦରୁ

ଝରି ଝରି ଆସୁ

ପିରତି ସେନେହ ବିନ୍ଦୁ,

ଶୂନ୍ୟ ମନକୁଞ୍ଜ

ହୋଇଯାଉ ପୂର୍ଣ୍ଣ

ଲଭି ତୁମ ମୁଖଇନ୍ଦୁ

ସପନ ରାଇଜେ

ତୁମପାଇଁ ପରା

ବହେ ଉଜାଣି ଯମୁନା,

ମୃଦୁ ହିଲ୍ଲୋଳରେ

କେଳି କଦମ୍ବଟା

ଡାକଇ ତୁମକୁ ସିନା

କଳସୀ କାଖରେ

ଧରି ଧୀରେ ଧୀରେ

ମନ ଯମୁନାକୁ ଆସ,

ଲଳିତା ବିଶାଖା

ଚିତ୍ରଲେଖା ସଙ୍ଗେ

ନଧରି ମୋହର ଦୋଷ

ମୋ ମନରେ ସଦା

ତୁମେ ରହିଅଛ

ମୁଁ ଅଛି ତୁମ ମନରେ,

ଯେଉଁଠାରେ ରାଈ

ସେହିଠାରେ ଶ୍ୟାମ

ଏକଥା କେ ଆନ କରେ

କେତେ ନିନ୍ଦା ତୁମେ

ସହିଛ ଗୋ ସହି

ଆଉ ଟିକେ ନିନ୍ଦା ସହ,

ସପନେ ହେଲେବି

ରାଈ ବିନା ଶ୍ୟାମ

ବଞ୍ଚି ପାରିବକି କୁହ। 



Rate this content
Log in

Similar oriya poem from Romance