STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମନକଥା

ମନକଥା

1 min
3.0K

ଛଳନା ମନରେ ମିଠା କଥା କହି

ସ୍ୱାର୍ଥ ସିନା ତୁମ ହେବ ପୂରଣ

କପଟ କରିଣ ପାପ କରିଅଛ

ଅଦିନେ ଅକାଳେ ତୁମ ହେବ ମରଣ


ମନରେ ରଖିଣ ଖରାପ ଭାବନା

ଦାନ ପୁଣ୍ୟ କଲେ କି ଅବା ଲାଭ

ହିଂସୁକ ହୋଇଣ ପ୍ରବଚନ ଦେଲେ

ନରକ ଯାଇଣ ଦଣ୍ଡ ଭୋଗିବ


ଜାଣିନକି ତୁମ ଆଚରଣ ଅଟେ

ତୁମ ବ୍ୟକ୍ତିତ୍ୱର ମୁଖ ଦର୍ପଣ

ଭଲ ଆଚରଣେ ସମ୍ମାନ ପାଇବ

କାମୁକ ହୋଇଲେ ଯିବ ଜୀବନ


କିଏ ଏଠି ପର କିଏ ବା ନିଜର

ସଭିଏଁ ତୁମର ଭଉଣୀ ଭାଇ

ପ୍ରେମ ଶରଧାକୁ ସଭିଏଁ ମାନନ୍ତି

ମଣିଷ ହେଉ କି ହେଉ ସେ ଗାଈ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract