Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ମନଜଳା ବେଳ କାଳ ଭଲ ନାହିଁ ଦେହ

ମନଜଳା ବେଳ କାଳ ଭଲ ନାହିଁ ଦେହ

1 min
18



ମନଜଳା ବେଳ କାଳ ଭଲ ନାହିଁ ଦେହ

ହସ ତତେ ଲାଗେ ଭାରି, ଆଖି ମୋର ଲୁହ

.........ମନଜଳା ବେଳ କାଳ 

             ଭଲ ନାହିଁ ଦେହ ! ୦ !


କଥା ଭଲା ମିଠା କରୁ ବାହାନାର ବାଜି

ହାତ ଧରି ଛାଡ଼ି ପୁଣି ଦଗା ଦେଲୁ ଆଜି

କାହାକୁ ମୁଁ କହିବି ଯେ ଥିଲୁ ମୋର ମୋହ

.........ମନଜଳା ବେଳ କାଳ 

             ଭଲ ନାହିଁ ଦେହ ! ୧ !


ଦୁଇ ଆଖି ତୋର ବାଟ ଚାହିଁବାରେ କାଟେ

ଆସିବାର ବେଳ ଭୁଲୁ ବୁଝୁନାହୁଁ ମୋଟେ

ବିଗିଡ଼ିଲା କେମିତିକା ପାଣିଗାର ସ୍ନେହ

.........ମନଜଳା ବେଳ କାଳ 

            ଭଲ ନାହିଁ ଦେହ ! ୨ !


ବିଶ୍ୱାସର କଷ୍ଟ ମୋର ନଷ୍ଟ କଲୁ ଯାହା

ଏତେ ବଡ଼ ଦୁନିଆରେ ପାଉନାହିଁ ରାହା

ଦେହ ମୋର ସିନା ଏଠି ଖାଲି କୋହ ଦାହ

.........ମନଜଳା ବେଳ କାଳ 

            ଭଲ ନାହିଁ ଦେହ ! ୩ !








Rate this content
Log in

Similar oriya poem from Tragedy