STORYMIRROR

Bijaya Kumar Swain

Abstract

4  

Bijaya Kumar Swain

Abstract

ମଙ୍ଗଳମୟୀ ମାଆ ମଙ୍ଗଳା

ମଙ୍ଗଳମୟୀ ମାଆ ମଙ୍ଗଳା

1 min
157


ମଙ୍ଗଳମୟୀ ମାଆ ମଙ୍ଗଳା ଲୋ

 ଚରଣେ କୋଟି ପ୍ରଣତି

ତୋ ଆଶ୍ରିତ ଜନେ କରୁଣା କରିବୁ

  ଦେବୁ ଗତି ମୁକ୍ତି ଭକ୍ତି

ତୋର ଦୟା ରେ ମାଆ

  ମିଳିବ ଅପାର ଶାନ୍ତି।

ଶଙ୍କର ଘରଣୀ ଦକ୍ଷ ର ଦୁଲଣି

 ବିନୟକଙ୍କ ଜନନୀ

ସନ୍ତାନ ବତ୍ସଳା ତୁହି ମାଆ ମଙ୍ଗଳା

  ତୁ ପରା ବିଘ୍ନ ନାସିନି

ବୁଡିବାର ଭେଳା କୂଳେ ଲଗାଉ ମାଆ

  ଜୟ ଜୟ ମାଆ ଭବାନୀ।

ଖୁଲଣା ସୁନ୍ଦରୀ ଖୋଲା ହୃଦୟ ରେ

  ପୂଜିଲା ଚରଣ ତୋର

ସଙ୍କଟ ନାଶିଲୁ ମାନ ଉଦ୍ଧାରିଲୁ

  ଏମିତି ମହିମା ତୋର

ଜୟ ମାଆ ମଙ୍ଗଳା ଏମନ୍ତ ତୋ ଲୀଳା

  ବର୍ଣ୍ଣୀ ନୁହଁଇ ମୁଖର।

ସାଧବ ଦୁଲଣୀ ତଅପୋଇ ବାଳୀ

  ଥିଲା ଅତି ନିରୀମାଖି

ସାତ ଭାଇରେ ସେ ଗୋଟିଏ ଭଉଣୀ

 ପିତାମାତା ମନଲାଖି

ଦୁଃସହକଷଣ କଲୁ ନିବାରଣ

  ତାହାର ଭକତି ରଖି।

ନାଲି ମନ୍ଦାର ରେ ସରଧା ତୋହର

  ମଙ୍ଗଳ ବାର ତୋ ପ୍ରିୟ

ଧୂପ ଦୀପ ଦେଇ ପୂଜିଲେ ମାଆ ତତେ

 ହେଉ ତୋ ଭକ୍ତେ ସଦୟ

ତୋ କରୁଣା କେବେ ଝରିବ ମୋ ଶିରେ

  ଚାହିଁଛି ତୋର ଏ ପୁଅ।।

ମଙ୍ଗଳା ମାଆ ର ଜୟ।

ମଙ୍ଗଳା ମାଆ ର ଜୟ,,,



Rate this content
Log in

Similar oriya poem from Abstract