ମଙ୍ଗଳଦାୟିନୀ
ମଙ୍ଗଳଦାୟିନୀ
ଉତ୍ସବ ମୁଖରିତ ଧରଣୀର କୋଣ ଅନୁକୋଣ
ଭକ୍ତି ଓ ଶକ୍ତି ମିଳନରେ ଆନନ୍ଦ ଜନମନ
କାଶତଣ୍ଡୀର ପବିତ୍ର ସକାଳ ଓ ସନ୍ଧ୍ୟା
ଏ ବସୁନ୍ଧରା ସମ୍ପୂର୍ଣ୍ଣ ଲଭିଛି ନିଜକୁ ଆଜି
ଏକ ସକରାତ୍ମକ ଚିନ୍ତନରେ
ସାରା ମାନବ ନିଜକୁ ପୁଣି କରେ ଆବିଷ୍କାର
ଶତ ସହସ୍ର ବିଘ୍ନବାଧା ଡ଼େଇଁ
ପ୍ରକୃତିର ଅଶେଷ ଦୟା ଓ କ୍ଷମା
ହସୁଛି ଜନମାନସ ଅନେକ ଲୁହରେ ମଧ୍ୟ
ତୁମ ଆଗମନେ ମରିଯାଇଛି ମନର ଅବସାଦ
ହଜିଯାଇଛି ହାରିବାର ପଣ
ଉନ୍ମୁକ୍ତ ଅନେକ ପଥ ବଞ୍ଚିବାର ଜିତିବାର
ବିଶ୍ୱ ଆଜି ଭୂତାଣୁର ଆକ୍ରୋଶର ଶୀକାର
ଡରିନି ମଣିଷ ଲଢୁଛି ମା' ତୁମ କୃପାରୁ
ନବରାତ୍ର ରେ ସାରା ଦେଶ ସାରା ଭାରତ
ସନାତନ ସଂସ୍କୃତିର ଐତିହ୍ୟ ପରମ୍ପରାରେ
ସର୍ବଧର୍ମସମନ୍ୱୟେ ଚଞ୍ଚଳିତ ମୁଖରିତ ସୁଖେ
ତୁମେ କାତ୍ୟାୟନୀ ଦେବୀ ଭବାନୀ
ଦଶଭୂଜା ଶକ୍ତିମୟୀ ମା' ମଙ୍ଗଳଦାୟିନୀ
ମାଟି, ଫୁଲ, ପର୍ବତ ଓ ଆକାଶ
ଆଜି ତୁମ ଚରଣେ ନିଜକୁ ସମର୍ପି ଦେଇଛନ୍ତି
ଶିଶୁ ଠାରୁ ବୟସ୍କ ଧନୀ ଦରିଦ୍ର
ଅଜ୍ଞାନ ଜ୍ଞାନୀ ସଭିଏଁ ପୟରେ ତୁମର
ତୁମେ ଜଗତଜନନୀ ମମତାମୟୀ ସ୍ନେହଦାୟିନୀ
ପାପନାଶିନୀ ଗୋ ମା' ତୁମେ ଶକ୍ତିସ୍ୱରୁପିଣୀ
ମନ୍ତ୍ରଯଜ୍ଞରେ ଏକ ଅଦ୍ଭୁତ ବାତାବରଣ
ଜନଜୀବନ ଅଗହଳି ମଣ୍ଡପେ ତୁମ
ଭୂତାଣୁ ଆଜି ସାଜିଛି ବାଧକ
ପ୍ରତି ଘରେ ଘରେ ଭକ୍ତଗଣ ପୂଜନ୍ତି ଆଜି
ସବୁ ତ ତୁମରି ଇଚ୍ଛାରେ ମା' ଦୁଃଖ କାହିଁକି
ଆଶିଷ ଅପେକ୍ଷାରେ ତୁମର
ସାରା ସମାଜ ସାରା ସଂସାରର ଜନ
ଏ ସଭ୍ୟତା ରହୁ ବଞ୍ଚି ଜୟ ସଦା ହେଉ ଭାରତର
ବାତାବରଣ ଶାନ୍ତିର ପ୍ରଗତିର ହେଉ
ହସୁଥାଉ ସକଳ ଜୀବ ନିର୍ଜୀବ ଜଗତ।
