STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ମଙ୍ଗଳା

ମଙ୍ଗଳା

1 min
317

କଟକେ କଟକ ଚଣ୍ଡୀ ତୁହି ଲୋ ମଙ୍ଗଳା

ଝଙ୍କଡ଼ ପୁରେ ବୋଲାଉ ନାମ ତୁ ସାରଳା ।


ଯାଜପୁରେ ବିରଜା ତୁ ବାଙ୍କୀ ରେ ଚର୍ଚ୍ଚିକା

ବଡ଼ମ୍ବା ଗଡ ରେ ତୁହି ମାଲୋ ଭଟ୍ଟାରିକା ।


କାକଟ ପୁର ରେ ତୁହି ମାଆ ଲୋ ମଙ୍ଗଳା

ପୁରୀ ଜିଲ୍ଲା ରେ ତୁହି ଲୋ ବାଟ ମଙ୍ଗଳା ।


ତୁହି ଉଗ୍ର ତାରା ତୁହି ଲୋ ତାରା ତାରିଣୀ

ଘଟ ଗାଁରେ ପୀଠ ତୋର ଅଟଇ ତାରେଣି ।


ପ୍ରତି ଗ୍ରାମେ ଗ୍ରାମ ଦେବତୀ ଭାବ ରେ ରହି

ପୂଜା ପାଉ ମଙ୍ଗଳା ତୁ ଲୋ କଲ୍ୟାଣ ମୟୀ ।


ନମଇ ମଙ୍ଗଳା ମା ଗୋ ନମୋ ବୁଦlଖାଇ

ବୁଦା କୁକୁଡ଼ା ରେ ଅତି ସ୍ନେହ ଥାଉ ବୋହି ।


ଆଦରେ ଯେ ଦିଏ , ତାକୁ ଦେଉ ଥାଉ ବର

ଧନ୍ୟ ଆ ଲୋ ଲାଞ୍ଚୁଆଣି କରୁ ତୁ ମଙ୍ଗଳ ।


କଳିଶୀ ନାଚଇ ଧେଇ ଧୀନା ତୋର ପାଖେ

ଝୁମୂ ଝୁମୁ ହଲି ହଲି ସେହି କମ୍ପୁ ଥାଏ ।


ଦୁମୁ ଦୂମୁ ବାଜା ତାଳେ ପାଉ ତୁହି ପୂଜା

ମନ୍ଦାର ଫୁଲ ରେ ତୁହି ହୋଇ ଥାଉ ସଜା ।


ଭକତ ଅଭୀଷ୍ଟ ତୁହି କରୁ ଲୋ ପୂରଣ

ବୁଦା ବଳି ଖାଇ ହୋଇ ଥାଉ ସୁପ୍ରସନ୍ନ ।


ଭକତ ର ମନୋବାଞ୍ଛା ଅନୁଯାୟୀ ବର

ଦେଇ ଥାଉ ତୁହି କରୁ ଅଶେଷ ମଙ୍ଗଳ ।


ଯେତେ ସବୁ ମଙ୍ଗଳିକ କ୍ରିୟା , ବିଧି , କର୍ମ

ତୋତେ ପଚାରି କି କରି ଥାନ୍ତି ଭକ୍ତ ଜନ ।


ଧନ୍ୟ ଲୋ ମଙ୍ଗଳା ମାଆ ମହିମା ତୋହର

ଅନନ୍ତ ବିଭୁତି ଅନିର୍ବଚନୀୟ ଭାର ।


Rate this content
Log in

Similar oriya poem from Romance