ମଙ୍ଗଳ ପ୍ରଭାତେ ମଙ୍ଗଳମୟୀ ମାଆ
ମଙ୍ଗଳ ପ୍ରଭାତେ ମଙ୍ଗଳମୟୀ ମାଆ
ମଙ୍ଗଳ ପ୍ରଭାତେ ମଙ୍ଗଳମୟୀ ମାଆ
ମଙ୍ଗଳା ତୋର ଚରଣେ
କରୁଛି ପ୍ରଣତି ମାତା ଭଗବତୀ
ଭବ ସିନ୍ଧୁ ଉଦ୍ଧାରଣେ।
କାକଟପୁରରେ ପଥର ଦେଉଳେ
ସିଂହାସନ ବସି ତୁହି
ସନ୍ତାନ ଗୁହାରୀ ଶୁଣୁଛୁ ଜନନୀ
ଅଭୟ ଦେଉଛୁ ରହି
ଘୃତର ଦିପାଳି ଦେଇଛି ମୁଁ ଜାଳି
ମାଆ ତୋର ଶ୍ରୀଚରଣେ।
ମନ୍ଦାରର ମାଳ ଗଳାରେ ଲମ୍ବିଛି
ମସ୍ତକେ ରତ୍ନମୁକୁଟ
ସନ୍ତାନ ବତ୍ସଳା ମାଆ ଲୋ ମଙ୍ଗଳା
ଦିଶୁ ତୁହି ଝଟ ଝଟ୍
ମଙ୍ଗଳ କାରିଣୀ ତୁ ବିଶ୍ଵ ଜନନୀ
ଦୟା କର ଦୀନ ଜନେ।
