STORYMIRROR

Krushna Chandra Dakua

Abstract

2  

Krushna Chandra Dakua

Abstract

ମନେପଡ଼େ !

ମନେପଡ଼େ !

1 min
210

ହଁ ତୁମେ ତ ହଜି ଜାଇଛ 

ତୁମ ସ୍ୱପ୍ନ ରାଇଜ ମଧ୍ୟରେ

ହେଲେ ମୁଁ କେମିତି ଖୋଜି ପାଇବି

ଅସମ୍ଭବ ସେ ସବୁ 

ସେ ଅତୀତକୁ କଳ୍ପନା କରିବା ହିଁ ତ

ବାସ୍ତବରେ ଗୋଟଏ ବଡ଼ ଭୂଲ


ଗାଁର ଗଳି କନ୍ଦି ଠାରୁ ଆରମ୍ଭ କରି

କାହିଁ କେତେଜେ ଖୋଯିଚି 

ସେ ହଜିଲା ଅତୀତକୁ

ତାହାର ସୀମା ନାହିଁ

କିନ୍ତୁ ଖୋଜି ପାଇବା 

ବେସ୍ କାଠିକର ପାଠ ହୋଇପଡ଼ିଛି


କେହିବା କଣ କରିବ

ସମୟ ଆୟୁରେ ବନ୍ଧା ତ ସେ ସବୁ

ସ୍ୱଳ୍ପ ସମୟ ଏବଂ ହାତ ଗଣତି କେତେ ଦିନର

ସେ ପରିବ୍ୟାପ୍ତ ପରିଧି ମଧ୍ୟରେ ରହି

ଯେମିତି ପାଇ ଯାଇଥିଲି ସବୁ ଖୁସି


ହେଲେ ବୋଧ ହୁଏ 

ସେ ହସ ଖୁସିକୁ 

ସହ୍ୟ କରି ପାରିନଥିଲା 

ସେ ପରିବ୍ୟାପ୍ତ ପରିଧି

ଏମିତିରେ ତ ଜୀବନ ସହ 

ଖେଳ ଖେଳିବା ଆରମ୍ଭ କରିଦେଇଥିଲା,


କେବେଳ ମୋ ଜୀବନ ସହ 

ଖେଳ ଖେଳି ନଥିଲା ବରଂ

ଓଡ଼ିଆ ଭାଷା ସାହିତ୍ୟକୁ 

ଆପଣାଇ ନେଇଥିବା କେତେକ 

ନିରୀହ ନିସ୍ ପାପଙ୍କ ଜୀବନ ସହ 

ଖେଳ ଖେଳିବାକୁ ପଛଘୁଞ୍ଚା ଦେଇ ନଥିଲା ,


ଯାହା ହେଉ ନା କାହିଁକି

ତୁମେ ତ ମୋର ପ୍ରିୟ ସଖା ପ୍ରିୟମ୍ଵଦା 

ଆଲ୍ଲାଦିନୀ ମନର ମାନସୀ ଏବଂ

ଏ ଚାତକ ମନର ଅପୁରନ୍ତି ଶକ୍ତି,


ଜେବେ ଏମିତି ବୁଲେଇ ବଙ୍କେଇ ଜାଳି ଦିଅ

ଆପେ ଆପେ ମନରେ 

ଅନେକ କୋହ ଉଦ୍ ଜୀବିତ ହୋଇଜାଏ

ମୁଁ ଯେମିତି ଏକ ବିରାଟ ବଡ଼ ଭୁଲ କରିଦେଲି 

ମୋ ଚଲା ପଥରେ ତୁମକୁ ନେଇ,


ତୁମକୁ ଏମିତି ଖୋଜି ଖୋଜି

ମେଣ୍ଟେନା ଏ ପିପାସୁ ମନର ତୃଷ୍ଣା 

ହେଲେ ତୁମେ କଣ ସତରେ 

ମାୟାବିନୀ ମୋହିନୀ କାମୁକ କନ୍ୟା କାଦମ୍ଭିନୀ

ଯାହା ପାଖରେ ବନ୍ଧା ପଡ଼ିଛି ମୋ ଜୀବନ ଆୟୁଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract