STORYMIRROR

Kalpana Kumari Pradhan

Children

4  

Kalpana Kumari Pradhan

Children

ମନେପଡେ ଆଜି

ମନେପଡେ ଆଜି

1 min
222

ମନେପଡେ ଭାରି ସେ ଅଭୁଲା ଦିନ

     ଇଚ୍ଛା ହୁଏ ଫେରିଯିବି ସେଇ ପିଲାଦିନ l

ବହିବସ୍ତାନିକୁ ବହି ସାଙ୍ଗସାଥି ମେଳେ

    ପଥ ହୁଏ ପରିପୂର୍ଣ୍ଣ ଆମ କୋଳାହଳେ l

କାହା ବାଡିରୁ ପିଜୁଳି କେବେ କୋଳି

   ହେଉ ସେ ତେନ୍ତୁଳି ଖାଇଥାଉ ମିଳି l

ଚାଟଶାଳୀ ଅଗଣାରେ ସର୍ବେ ହୋଇଣ ମିଳିତ

   ପ୍ରାର୍ଥନା ନାଦେ ଚତୁଃପାର୍ଶ୍ଵ ହୁଏ ପ୍ରକମ୍ପିତ l

ଗୁରୁଙ୍କ ବଚନେ ମନ  ତ ଆନନ୍ଦିତ

       ମୂଢ଼ତା ନାଶି ଜ୍ଞାନ ହୁଏ ପ୍ରକାଶିତ l

କରନ୍ତି ଆକଟ କେବେ ଦିଅନ୍ତି ଛାଟ

    ବାଳୁତପଣେ ଯଦି ହୁଏ ମୁଁ ଅଝଟ l

କୋମଳ ହୃଦୟ ତାଙ୍କ ଯାଏ ତରଳି

   ଆଦରେ ଆଶିଷ ଆମପରେ ଦିଅନ୍ତି ଢାଳି l

ଖେଳ ପଡିଆ ଚହଳ ହେଲେ ଖେଳଛୁଟି

    ଖେଳକୁଦେ କାରମନ କିଏ କରେ ଖଟି l

ସବୁକଥା ରହିଛି ମୋ ହୃଦରେ ସାଇତି

     ଲେଉଟି ଯାଅନ୍ତିକି ସାଜି ଟିକି ପ୍ରଜାପତି l



Rate this content
Log in

Similar oriya poem from Children