ମନେପଡ଼
ମନେପଡ଼
ତମେ ଆଜି ବହୁଦୂରେ
ଖୋଜିଲେ ଆସ କେବଳ
ମୋ ସ୍ମୃତି ଆଉ ସପନରେ ।
ଝରୁଥିଲେ
ଆକାଶରୁ ଟିପି ଟିପି ବର୍ଷା
ନାଚୁଥିଲ ଖୁସି ମନେ
ଗୋଲାପୀ ଅଧରେ ଖେଳୁଥିଲା
ନିର୍ଭେଜାଲ ହସ ।
ରୁଣୁଝୁଣୁ ବାଜୁଥିଲା
ମୃଦୁମୃଦୁ ଲାଜେଲାଜେ ହସୁଥିଲା
ତମ ଘୁଙ୍ଗୁରର ସ୍ୱର,
ଚଗଲାମୀ କରୁଥିଲ
ଆଗୋ ନଟଖଟି ରାଧା ମୋର
ରାତିସାରା ହେଉଥିଲା ଜ୍ୱର ।
ତମେ ନାହଁ ଆଜି
ତମକୁ ପାଇବାର ଆଶାରେ
ନିଜେ ଏକାଏକା ବର୍ଷାରେ ଯାଏ ଭିଜି
ଆଖିରେ ଉଛୁଳା ଅଶ୍ରୁର ନଈ
ତୁମ ଅନୁପସ୍ଥିତି ହୃଦେ କଳାରାତି
ମନେପଡ଼ ବହୁବାର ଆଗୋ ଅଭିମାନୀ ସାଥି ।
