STORYMIRROR

Snigdha Nayak

Abstract

2  

Snigdha Nayak

Abstract

ମନେପଡ଼ ତୁମେ...

ମନେପଡ଼ ତୁମେ...

1 min
281

ହଠାତ୍ , କାଇଂ କେଜାଣି

ତମେ ଆଜି ଭାରି ମନେପଡୁଛ

କାହିଁକି.....? ଜାଣେନା


ତମେ ବି ଏଇ ମୁହୂର୍ତ୍ତେ

ମୋ ପାଇଁ  କି ଝୁରୁଛ

ତା' ବି ମୁଁ ଜାଣେନା


ସତ ! ନା'

କୁହ, କୁହନା

ହଁ, ଝୁରି ଝୁରି ତମେ ସେଇ ପାର୍କ ରେ

ଅଧାଫୁଂକା ସିଗାରେଟ୍ ନେଇ ହାତରେ

ଖୋଜୁଥିବ ମତେ

ମୁଁ ବି ଖୋଜେ

ମନ୍ଦିର ର ସନ୍ଧ୍ୟା ଆଳତୀ ରେ

ଆଉ ରାତିଅଧ  ବିଛଣା ରେ

ଖୁବ୍ ମନେପଡ଼ ତୁମେ...ତୁମେ...ତୁମେ


ମୁଁ ଜ।ଣେ

ଅନାଉଥିବ ବାରମ୍ବାର ସେଇ ଅଙ୍ଗୁଷ୍ଠ କୁ

ଅଦୃଶ୍ୟ ସେଇ ସ୍ମୃତି ପୃଷ୍ଠ କୁ

ମୁଁ... ବି

ହାତ ଫେରିନିଏ ମଥାର ତୁମ ନାଁ କୁ

ହାତରେ ରୁମ୍ ଝୁମ୍ ହେଉଥିବା ତୁମ ହୃଦୟକୁ


ଅସମର୍ଥ...ତୁମେ

ଅସମର୍ଥ.... ମୁଁ

ଛିଣ୍ଡାଇବାକୁ ଏ ରଜ୍ଜୁ


ନା ତୁମେ ପୋଛି ପାରିଛ

ନା..... ମୁଁ

ସମୟ ର ଗତି ସେମିତି ଚାଲିଛି

ଦୂରତ୍ୱ ସତ୍ୱେ ନା ଏ ପ୍ରେମ ହାରମାନିଛି

ନା ...ଏ ସମ୍ପର୍କ ଟି ଆଖି ବୁଜିଛି

ସାଗର ବୁକୁର ଅଦୃଶ୍ୟ ଝର ପରି

ଅଦୃଶ୍ୟ ଏ ମିଳନ

ଅଦୃଶ୍ୟ ଏ ପ୍ରେମ

ଅଦୃଶ୍ୟ ଏ ସମ୍ପର୍କ

ଋତୁଟିଏ ହୋଇ କେବେ ତୁମ ପାଖରେ

ତ କେବେ ମୋ ପାଖରେ

ଯାଉଛି..ଆସୁଛି...ସେମିତି, ଘୁରିବୁଲୁଛି

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract