STORYMIRROR

Prakash Majhi

Romance

4  

Prakash Majhi

Romance

ମନେପଡ଼ ତୁମେ(୨)

ମନେପଡ଼ ତୁମେ(୨)

1 min
210


ଆସିଲ ହସିଲ ପାଖରେ ବସିଲ

କହିଲ ଯାଉଛି ଥାଉ,

ସପନ ଖୋଜୁଛି ଗୋପନ କାହାଣୀ

କେମିତି ପାଇବ ଆଉ?


ହାରିଲି ଜିତିଲି କାହାକୁ କହିବି

ହିସାବ ନିକାଶ ଏତେ,

ମନେପଡ଼ ତୁମେ ମନେପଡେ ତୁମ

ସ୍ମୃତିରୁ ଆହୁରି କେତେ ।


ଚଞ୍ଚଳତା ମନ ନ ଭାଙ୍ଗି ସପନ

ଆଗକୁ ଆଗକୁ ଦେଖେ,

ମନକୁ ବୁଝେଇ ହୃଦୟ ସଜେଇ

ନିରବ କାହାଣୀ ଲେଖେ।


ଭୁଲି ମୁଁ ପାରୁନି ଭୁଲି ପାରିବିନି

ଏମିତି ହୃଦୟେ ଥିବ,

ଲେଖିବି ଲେଖିବି କେତେ କଥା ମୋର

ସରିନି ଏ ଯାଏଁ ଭାବ ।




Rate this content
Log in

Similar oriya poem from Romance