STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମନେ ପଡ଼େ

ମନେ ପଡ଼େ

1 min
319

ମନେ ପଡ଼େ ଆଜି ମୋର

ପିଲାଦିନ କଥା

ଆଈ କହୁଥିଲା

ବୁଢ଼ୀ ଅସୁରୁଣୀ କଥା

ଦିନ ମୋର ସରୁଥିଲା

ଆମ୍ବ ତୋଟା ଡ଼ାଲେ

ସନ୍ଧ୍ୟାବେଳେ ବାଲିଘର

ମହାନଦୀ କୂଳେ

ଗାଆଁ ପୋଖରୀରେ ପୁଣି

ମାଛ ଧରୁଥିଲୁ

ମଉଜରେ ସାଙ୍ଗ ସାଥି

ଭୋଜି କରୁଥିଲୁ

ଆଜି ସବୁ କଥା

ପୁରା ସପନ ଲାଗୁଛି

ଜୀବନଟା ପୁରା ପୁରି

ନରକ ଲାଗୁଛି

ମନେ ଇଚ୍ଛା ହୁଏ ମୋର

ଯାଆନ୍ତି କି ଫେରି

ଜିଅନ୍ତି ମୋ ପିଲାଦିନ

ସାଙ୍ଗ ସାଥି ଧରି



Rate this content
Log in

Similar oriya poem from Abstract