ମନେ ପଡେ ସେଇ ପ୍ରୀୟ ଖାଦ୍ୟ
ମନେ ପଡେ ସେଇ ପ୍ରୀୟ ଖାଦ୍ୟ
ଅଫିସ କାର୍ଯ୍ୟରେ ଦିନେ ଗଲି ବଲାଙ୍ଗିର
ଗ୍ରୀଷ୍ମ କାଳୀନ ଏକ କଡା ଦ୍ବିପହର
ଏମିତି ଗରମ ସେ ତ ସହି ନ ହୁଅଇ
ଗମଗମ ଝାଳ ସାରା ଅଙ୍ଗରୁ ବୁହଇ ।
କ୍ଷୁଧା ଓ ତୃଷାରେ ପ୍ରାଣ ହୋଇଲା ବ୍ୟାକୁଳ
ସୁଖାଦ୍ୟ ଟିକିଏ ପାଇଁ ମନ ହଲଚଲ
ଦେଖଲି ସେଠାରେ ଏକ ସୁରମ୍ୟ ହୋଟେଲ
ପଖାଳ ମିଳଇ ନାମ ତା ରାଜମହଲ
ଦହି ଲେମ୍ବୁ ଲଙ୍କା ଆମ୍ବକସି ଅଦା
ସାଥେ ତାର ଥିଲା ସୁଆଦିଆ ଭଜା ।
ଏତକ ପାଇ ଲାଗିଲା ସତେ କି ଅମୃତ
ଭୁଲି ନ ପାରିବି ପଛେ ଜୀବ ହେବ ଗତ ।
