ମନେ ପଡେ ପିଲାଦିନ କଥା
ମନେ ପଡେ ପିଲାଦିନ କଥା
ମୋ ପରିବାର ମୋ ସମ୍ମାନ
କେତେ କରିଥିଲି ଅଭିମାନ
ମନେ ପଡିଯାଏ କେତେ କଥା
ଭୂଲି ହୁଏନା ସେହି ମୋ ଗାଥା
ମାଁ ତ ମତେ କୋଳରେ ଧରି
ନାନା ବାୟା ଗୀତ ଗାଅଇ
ଜହ୍ନ ମାମୁଁଙ୍କୁ ଦେଖାଇ ମୋତେ
ଖୁଆଉ ଥିଲେ ଲବଣି କେତେ
ଅଝଟ ହୋଇଲେ ଖେଳନା ଆଣି
ପାଖେ ବସାଇ ବୁଝାନ୍ତି କହି
ଜେଜେ ମାଁଙ୍କ ବାଘ ମାମୁଁ ଗପ
ଲରି ଗାଇ ଶୁଣାନ୍ତି ଆଗ
ମାଟି ଖେଳନା ବନାଇ ଦେଇ
ଲୁଚି ଲୁଚି ସାଙ୍ଗମେଳେ ଖେଳୁ ଥିଲୁ ଯାଇ
ଆଉ କି ଆସିବ ସେ ଦିନ ଭାଇ
ମନେ ପଡୁଥାଏ ଭୂଲିପାରେନା ମୁହିଁ
