STORYMIRROR

Bauribandhu Lenka

Inspirational Others Abstract

5.0  

Bauribandhu Lenka

Inspirational Others Abstract

ମନେ ପଡେ ଆଜି

ମନେ ପଡେ ଆଜି

1 min
13.2K


(0)

ସତ କହିବକି ଆହେ ଭଗବାନ

ଯାହା ଦେଇଥିଲ ସବୁ ତ ନେଲଣି

ଫରାଇବକି ମୋ ପିଲାଦିନ II

(1)

ମନେ ପଡେ ଆଜି ଶୈଶବର ସେ କୋମଳତା

ନିସ୍କପଟ ସେ କିଶୋର ମନର ଚପଳତା

ଗାଆଁ ଦାଣ୍ଡ ଧୂଳି ପିଲା ଖେଳ

ବିଲ ବନ ଭୂଇଁ ନଈ ନାଳ

ଅସଜଡା ଯେତେ ସ୍ମୃତିର ପାଖୁଡା

ମନେ ମୋର ଆଣେ ଆଲୋଡନ

ସତ କହିବକି ଆହେ ଭଗବାନ II

(2)

ରଜ ଦୋଳି ଖେଳ ପୋଡପିଠା

ଦୀପାବଳୀର ସେ ବାଣ ଫୁଟା

କାର୍ତ୍ତିକ ରାହାସ ଡଙ୍ଗାଭସା

ମାର୍ଗଶୀର ମାସ ମାଣବସା

ଜାଗର ଯାତରା ଦୋଳ ଫଗୁଖେଳ

ଗୋଟି ଗୋଟି ଆଜି ପଡେ ମନ

ସତ କହିବକି ଆହେ ଭଗବାନ II

(3)

ବୟସ ମୋ ଆଜି ଅତିକ୍ରାନ୍ତ

ଜୀବନ ସନ୍ଧ୍ୟାରେ ଉପନୀତ

ଶରୀରେ ମୋ ଆଉ ନାହିଁ ଶକ୍ତି

ପଡି ଗଲାଣି ମୋ ଦନ୍ତ ପଂକ୍ତି

ଲୋଳିତ ଏ ଚର୍ମ ପକ୍ୱ କେଶ ନେଇ

ବଞ୍ଚିବାକୁ ପୁଣି ହୁଏ ମନ

ସତ କହିବକି ଆହେ ଭଗବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational