STORYMIRROR

CHINMAYEE PRADHAN

Romance

3  

CHINMAYEE PRADHAN

Romance

ମନେ ପଡ ତୁମେ

ମନେ ପଡ ତୁମେ

1 min
356

ମନେ ପଡ ତୁମେ ସାଥି ...

 ପ୍ରତି ଦିନ ପ୍ରତି ରାତି ପ୍ରତି ମୁହୂର୍ତ୍ତରେ |


ମନେ ପଡ ତୁମେ ସାଥି...

   ବୈଶାଖର ନିରାଟ ଝାଞ୍ଜିରେ 

   ତାର ତତଲା ପବନ ଆଉ ଅଦିନ ଝଡ଼ରେ 

ମନେ ପଡ ତୁମେ ସାଥି...

   ଶ୍ରାବଣର ବାରି ଧାରାରେ 

   ତା'ର ସବୁଜ ବିଛଣା ଆଉ ସାଧବ ବୋହୂରେ 

ମନେ ପଡ ତୁମେ ସାଥି...

   ଶରତର ସାହାନାଇରେ 

   ତାର କାଶତଣ୍ଡୀ ଆଉ ଦଶହରା ଭିଡରେ |



ମନେ ପଡ ତୁମେ ସାଥି...

   ପଉଷ ପୁନେଇଁ ରାତିରେ 

    ତାର ତୋଫା ଜହ୍ନ ଆଉ ଛାଇ ଆଲୁଅର ଖେଳରେ | 

ମନେ ପଡ ତୁମେ ସାଥୀ...

    ବସନ୍ତର କୁହୁତାନରେ 

    ତାର ରଙ୍ଗ ଖେଳ ଆଉ ମଳୟର ମାଦକତାରେ 

ମନେ ପଡ ତୁମେ ସାଥି ...

ପ୍ରତି ଦିନ ପ୍ରତି ରାତି ପ୍ରତି ମୁହୂର୍ତ୍ତରେ |  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance