ମନେ ପଡ ଆଜି
ମନେ ପଡ ଆଜି
ମନେ ପଡ ଆଜି ସଭିଙ୍କ ମନରେ
ନମସ୍ୟା କୁନ୍ତଳା ତୁମେ
ପେଶାରେ ଡାକ୍ତର ନିଶା ରେ ଲେଖିକା
ଶ୍ରେଷ୍ଠ କବୟିତ୍ରୀ ନାମେ।
ତୁମ ଜନ୍ମ ତିଥି ପାଳନ କରୁଛୁ
ଘେନ ହେ ଶ୍ରଦ୍ଧା ସୁମନ
ତୁମ ପାଇଁ ଆମ ନାରୀ ଗଣ ଆଜି
ଗର୍ବ ଗଉରବ ବହି
କହିଥିଲ ଦିନେ ଭାରତ ରମଣୀ
ତୁଳନା ନାହିଁରେ ନାହିଁ।
ନାରୀ ଜାଗରଣ ପ୍ରକାଶନ ପାଇଁ
କେତେ ତ କରି ଉଦ୍ୟମ
ସେ ଉଦ୍ୟମ ଦିନେ ଫଳବତୀ ହୋଇ
ବଢାଏ ତୁମ ସୁନାମ।
ଉତ୍କଳ ଜନନୀ ଭାଷା ସାହିତ୍ୟରେ
ଯଶଶ୍ଵିନୀ କବୟିତ୍ରୀ
ତୁମ ସୃଷ୍ଟି ସବୁ କାଳଜୟୀ ଅଟେ
ହେ ଉତ୍କଳ ନାରୀ ନେତ୍ରୀ।
ତୁମ ପ୍ରତିଭାରେ ମଥା ନଇଁ ଯାଏ
ବ୍ୟକ୍ତିତ୍ଵ ତୁମ ଅମ୍ଳାନ
ତୁମରି ପ୍ରେରଣା ଉଛୁଳିତ ହେଉ
ନାରୀ ଶକ୍ତି ଜାଗରଣ।
