STORYMIRROR

Kalandi pal

Inspirational

4  

Kalandi pal

Inspirational

ମନ୍ଦିର ପଡ଼ିଛି ଖାଲି

ମନ୍ଦିର ପଡ଼ିଛି ଖାଲି

1 min
230


ଶ୍ରୀ ହୀନ ଦିଶେଟି ଶ୍ରୀମନ୍ଦିର ଏଠି

    ନାହିଁ ଗହଳି ଚହଳି

ରନ୍ଧା ହେଉ ନାହିଁ ଷାଠିଏ ପଉଟି 

    ମନ୍ଦିର ପଡ଼ିଛି ଖାଲି

  ଦୁଃଖେ ଏକା ସାଗର ଦୁଲାଳି।0।


ରତନ ବେଦୀରୁ  ଆଡ଼ପ ବେଦୀକୁ

   ବିଜେ ଚତୁର୍ଦ୍ଧା ମୁରତି

ମାତୃତ୍ଵ ବନ୍ଧନ   ଝୁରେ ସଦା ମନ

   ପିଲା ବେଳ ସାଙ୍ଗ ସାଥୀ

ଶରଧା ବାଲିରେ  ଭକତ ମେଳରେ

   ଦିନ ଯାଏ ଖେଳି ଖେଳି।୧।


ମନୁ ଭୁଲେ ସେହି ମନ୍ଦିର ମଣୋହି

   ଭୁଲେ ଲକ୍ଷ୍ମୀ ହାତ ରନ୍ଧା

ଭକତ ବତ୍ସଳ  ଭକ୍ତ ଭାବେ ଭୋଳ 

    ଭକ୍ତ ପଣତରେ ବନ୍ଧା

ଯେତେ ଦେଉ ଗାଳି ତୋତେ ବନମାଳୀ

    ଭକତକୁ ହେଉ ଝୁରି ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational