STORYMIRROR

Sukanti Hotta

Classics

2  

Sukanti Hotta

Classics

ମନ୍ଦ ପ୍ରବୃତ୍ତିର ବିଭୀଷିକା

ମନ୍ଦ ପ୍ରବୃତ୍ତିର ବିଭୀଷିକା

1 min
220

ହିଂସା ଦ୍ୱେଷ ଇର୍ଷା ଛାରଖାର କରେ

ପ୍ରେମର ଅଟ୍ଟାଳିକା

ଭୋଗ ବିଳାସ ରୋଗ ବଢ଼େଇ

ଦିଏ ଶକ୍ତ ଧକକା


ସମୟ ସୁଅରେ ସୁନ୍ଦର ଶରୀର

କ୍ଷୁର୍ଣ ହୋଇଯାଏ

ମିଛ ଗର୍ବ ଆଉ ଅହଂକାର ସବୁ

ମାଟିରେ ମିଶିଥାଏ


ସନ୍ଦେହର ବିଷ ତିଳତିଳ କରି

ସମ୍ପର୍କକୁ ଜାଳିଦିଏ

ପ୍ରେମର ସୌଧ ନିମିଷକ ମଧ୍ୟେ

ଚୁରମାର ହୋଇଯାଏ


ଶାସନ ବିନା ଶିଶୁ ଭବିଷ୍ୟତ

ନଷ୍ଟ ହୋଇଥାଏ

ପଛେ ପଶ୍ଚାତାପ କଲେ କି ହେବ

ସମୟ ଗଡିଯାଏ


ଯୌବନ ଚଞ୍ଚଳ କାବୁ ନ କରିଲେ

ଚରିତ୍ର ନଷ୍ଟ ହୁଏ

ଚରିତ୍ର ନଥିଲେ ରୂପ ଗୁଣ ସବୁ

ଅସାର ହୋଇଥାଏ


ମଦ ସିଗାରେଟ ତମାଖୁ ସେବନ

କେନସର ସୃଷ୍ଟି କରେ

ଅମୂଲ୍ୟ ଜୀବନ ବଡ଼ କଷ୍ଟ ପାଏ

ସାରା ପରିବାର ମରେ


କୁ ଅଭ୍ୟାସ ସବୁ ତ୍ୟାଗ କରିଦେଲେ

ହସିବ ପ୍ରେମର ଘର

ସବୁଠାରୁ ଶ୍ରେଷ୍ଠ ହେ ମାନବ ଗଣ

କରେ କୋଟି ନମସ୍କାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics