STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ମନବଳ

ମନବଳ

1 min
13.4K


ପ୍ରଭୁ,,,,

ବିକଳାଙ୍ଗ କରି ଜନମ ଦେଇଛ ।

ଭାଗ୍ୟ ବି ସାଥିରେ ଦେଇଛ

କର୍ମ କରି ମୋତେ ଖାଇବା ପାଇଁ

ଭାଗ୍ୟରେ ମୋ ଲେଖି ଦେଇଛ,

ବିକଳାଙ୍ଗ ସିନା କରିଦେଲ ପ୍ରଭୁ

ମନବଳ ମୋତେ ଦେଇଛ

ମନବଳ ଦେଇ ଆହେ ମହାପ୍ରଭୁ

ମୋ ପ୍ରତି କରୁଣା କରିଛ

ସୁନ୍ଦର ସ୍ୱାସ୍ଥ୍ୟ ଦେଇନାହଁ ବୋଲି

ମନେ ଦୁଃଖ କେବେ କରିନି

ତୁମେ ତ ଦେଇଛ ତୁମରି ଖୁସିରେ

ଘୃଣା ମଧ୍ୟ କେବେ କରିନି ||


ଯାହା ତୁମେ ଦେଲ ଖୁସିରେ ନେଇଛି

ଅଭିଯୋଗ କେବେ କରିନି

ବିପଦେ ଆପଦେ ଅବା ସଂକଟରେ

ତୁମ ନାମ କେବେ ଛାଡିନି

ଏତିକି ମୋ ଅଳି ଆହେ ଦୟାମୟ

ମୋ ପ୍ରତି ଦୟାକରିବ

ମୁଁ ମଲା ବେଳକୁ ସହାୟକ ହେବ

ମାଗୁଣି ମୋହର ଘେନିବ ||


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational