STORYMIRROR

DR PRASANTA KUMAR BISWAL

Classics

4  

DR PRASANTA KUMAR BISWAL

Classics

ମନ

ମନ

1 min
240


ଜୀବନକୁ ଆସ ଖୋଲା ଆକାଶ କରିବା

ନୀଳ ଦରିଆ ବୁକୁରେ ବାରେ ବୁଡିଯିବା

ମଳୟ ପବନ ହାତଧରି ଉଡିଯିବା

ଫୁଲର ମିଠାହସରେ ଥରେ ମଜ୍ଜିଯିବା

ଦେଖ,ବର୍ଷା ଭିଜା ମାଟିଗନ୍ଧ ଉଚ୍ଚାଟିବ

ଦିବ୍ୟ ଚେତନାରେ ମନ ତୁମ ଭରିଯିବ।।


ମନକୁ ଥରେ ରଙ୍ଗାଅ ପ୍ରକୃତି ଫଗୁରେ 

ତନୁତବ ଧୋଇଦିଅ ଶିଶିରସ୍ନାତରେ

ଚିତ୍ତ ପଖାଳିଦିଅ କାଶତଣ୍ଡି ଫୁଲରେ

ଦୃଷ୍ଟି ଥରେ ଫିଙ୍ଗି ଦିଅ ସୁନେଲି କ୍ଷେତରେ

ଦେଖ,ମନ ଦୌଡେ ଅତିନ୍ଦ୍ରିୟ ଚେତନାରେ 

ହୃଦ ନାଚି ଉଠିବ ଅଜଣା ପୁଲକରେ ।।


ସଂସାରେ ହଜେନା କିଛି ହଜେ ଜୀବନରେ 

ସମସ୍ୟା ନଥାଏ କାମରେ ଥାଏ ମନରେ

ଆସିଛୁ ଖାଲିହାତେ ଯିବା ଖାଲିହାତରେ

କାହାଲାଗି ଏତେ ଚିନ୍ତା ଉଦାସ ମନରେ

ପ୍ରାରବ୍ଧ ଯା' ଅବଶ୍ୟ ଘଟିବ ଭବିଷ୍ୟରେ

ଦୃଢକର ହେ ମନ, ବାରେ ବିଭୁପାଦରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics