STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ମନ

ମନ

1 min
1.5K

ସ୍ଥୂଳ ଆଉ ସୂକ୍ଷ୍ମ ଶରୀର ଆମର

      ଆତ୍ମା ବଳେ ଗତିଶୀଳ

ମନ ବୁଦ୍ଧି ଚିତ୍ତ ଅହଙ୍କାର ନେଇ

       ଲଭିଥାଏ କର୍ମ ଫଳ ।।

 ଜଡ ଆମ ମନ ଚେତନ ନୁହଁଇ

     ଆପେ ଗତି କରେ ନାହିଁ

ଆତ୍ମା ପ୍ରେରଣାରେ ଗତି କରିଥାଏ

      ଆତ୍ମା ଇଚ୍ଛା ପୂର୍ଣ୍ଣ ପାଇଁ ।।

ମନ ଦୁଇ ଅଙ୍ଗ ସଂକଳ୍ପ ବିକଳ୍ପ

      ନେଇ କରେ ନିଜ କାର୍ଯ୍ୟ 

ପଥ ଭ୍ରଷ୍ଟ ହୋଇ କୁପଥରେ ଯାଏ

        ହୁଏ ଯଦି ତା ଅଶୁଦ୍ଧ ।।

 ମନ ଅଶୁଦ୍ଧର ଅନେକ କାରଣ

        ଶାସ୍ତ୍ରରେ ଲିଖିତ ଅଛି 

 ପ୍ରଦୂଷିତ ମନେ କୁକର୍ମ କରିଲେ

     ଲଭେ ନାହିଁ କେବେ ଶାନ୍ତି ।।

ମାଂସାହାର ସଙ୍ଗେ ଅଶ୍ଳୀଳ ଶ୍ରବଣ

         ପଠନ ଦର୍ଶନ ନିଶା 

ଇର୍ଷା ହିଂସା କ୍ରୋଧ ମିଥ୍ୟା ଭାଷଣରେ

        କହେ ଯେହୁ କୁଭାଷା ।।

ମନ ପବିତ୍ରତା ନଷ୍ଟଭ୍ରଷ୍ଟ ହୋଇ

       କୁକର୍ମରେ ଯାଏ ମାତି

ଶାନ୍ତି ସୁଖ କେବେ ଲଭି ନ ପାରଇ

      ସବୁବେଳେ ହୁଏ ଦୁଃଖି ।।

ସତସଙ୍ଗ କରି ସଦ୍ ଗ୍ରନ୍ଥ ପଠନେ

        ଶୁଦ୍ଧ ଜ୍ଞାନ ଆହରଣ 

ଅଗ୍ନିହୋତ୍ର ଧର୍ମ କାର୍ଯ୍ୟ ଅନୁଷ୍ଠାନେ

        କହିବା ସତ୍ୟ ବଚନ ।।

ଦୟା କ୍ଷମା ପ୍ରେମ କରି ଦାନ ଧର୍ମ

        ଈଶ୍ୱରଙ୍କ ଉପାସନା 

ମନ ଶୁଦ୍ଧ ହୋଇ ବୁଦ୍ଧିର ବିକାଶେ

        ଉତ୍ତମ ନିଷ୍ପତି ନେବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational