STORYMIRROR

Sabitri Mohapatra

Abstract

3  

Sabitri Mohapatra

Abstract

ମନ ଉଲାଡର ଛାଇ

ମନ ଉଲାଡର ଛାଇ

1 min
11.4K

ଛାଡିଯା ଆସିଛି ଅନେକ ଆଗରେ 

ଏଇ ମନ ଗହନରେ 

ଏ ଅବୁଝାମନ ବୁଝେନାହିଁ ସେ ଯେ 

ଖୋଜିବୁଲେ ନିରୋଳାରେ


କେତେ ସ୍ମୃତି ଆସି ମନ ଉହାଡରେ 

ଉଙ୍କିମାରି କହିଯାଏ 

କେତେ ପୁଣି ଆସି ମନ ଉପବନୁ 

ଆପେ ଆପେ ଫେରିଯାଏ


ଭିଜିଥିଲେ ଆମେ ସେଇ ଶ୍ରୀଵଣରେ 

ଆଜି ବି ମୋ ମନେ ଅଛି 

ମୁକୁଳା ଆକାଶେ ହଜିଥିଲେ କେତେ 

ସେ ସବୁ ନା ଭୁଲିପାରୁଛି


ଜହ୍ନ ଆଲୁଅରେ ହସିଥିଲେ କେତେ 

ଲୁଚ଼କାଳି ଖେଳ ଖେଳି 

ସେହି ମନ ଆଜି ରହିଛି ଜୀବନ୍ତ 

ମନୁ ନ ପାରଇ ଭୁଲି


ଫେରିଯାରେ ମନ ଫେରିଯା ଫେରିଯା 

ସାଉଁଟି ଆଣ ସେ ସ୍ମୃତି 

ସେଇ ସ୍ମୃତି କିଛି ଅଣ୍ଟିରେ ସାଇତି 

ଆଜି ପରା ବଞ୍ଚିଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract