STORYMIRROR

Satyabati Swain

Fantasy

3  

Satyabati Swain

Fantasy

ମନ ପକ୍ଷୀ

ମନ ପକ୍ଷୀ

1 min
246

ବେଳେବେଳେ

ମନପକ୍ଷୀ ପର ଲଗେଇ

ଦୂର ଆକାଶକୁ ଉଡି ଯାଅଇ।


ହାତ ପାପୁଲିରେ ମଥା ରଖି

ଆଖି ମୁଦି ଦିଅଇ

ମୁଦା ସିନା ଥାଏ ଆଖି

ମନ ଚେଇଁ ଥାଅଇ

କିଛି ଖୋଜୁଥାଇ

କିଛି ଭାବୁଥାଇ

ଅଦେଖା ଅଜଣା ରାଇଜେ ଯାଇ।


ମନ କୁହେ ଏକା ଏକା ରହିବାକୁ

ନିଜ ସାଥେ ଗପିବାକୁ

ନିଜ ଛାଇ ମାପିବାକୁ

କିଛି ଗୋଟେ କରିବାକୁ

ନିଜ ବୟସକୁ ଭୁଲି ଯାଇ।


ଇଛା ହୁଏ

ନିଜ ମୁହଁ ଦେଖିବାକୁ

ନିଜ ଛବି ଆଙ୍କିବାକୁ

ନିଜ ଭିତର ପଢ଼ିବାକୁ

ବିଦ୍ରୋହୀ ସାଜିବାକୁ

ଏ ସମାଜ ଭୁଲିବାକୁ

ସମ୍ପର୍କ ସାଥି ପ୍ରୀତି ଭୁଲି ଯାଇ

କିଛି ଗୋଟେ ନୂଆ କରିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy