ମନ ପକ୍ଷୀ ଉଡିଯାଏ
ମନ ପକ୍ଷୀ ଉଡିଯାଏ
ମନ ପକ୍ଷୀ ଆଜି ଉଡ଼ିଯାଏ ଦୂରେ
ଶୀତୁଆ ସକାଳର ପହିଲି ଛୁଆଁରେ
ଚିଲିକାର ନୀଳାଭ ଦୃଶ୍ୟରେ
ପ୍ରାଚୀ ନଦୀର ସେ ତୀରେ
ମନ ପକ୍ଷୀ ଉଡ଼ିଯାଏ |
ନିମିଷକେ ଚାଲିଯାଏ ଦୂରେ
ଲଙ୍ଘି ଯାଏ କେତେ ଗିରିବନ ସାଗର
ଛୁଇଁଯାଏ ନୀଳ ଆକାଶକୁ
ରାତିର ଅନ୍ଧାର ପୁଣି ଦିନ ଆଲୋକକୁ
କେତେକେତେ ପଥ ମାଡି ଚାଲିଯାଏ
ମନ ପକ୍ଷୀ ଉଡ଼ିଯାଏ |
ଉଡି ଉଡି କେତେ ଗିରିବନ
ଲଙ୍ଘି ଅଗଭୀର ସାଗର
ତଥାପି ନ ଥକି ଉଡ଼ିଯାଏ ସେ
ଜୀବନର ପଥେ ପଥେ
ଭାରି ଅବୁଝା ସେ ବୁଝେନା ଥରେ
ଉଡ଼ିଯାଏ ବହୁ ଦୂରେ
ମନ ପକ୍ଷୀ ଉଡ଼ିଯାଏ |
ସଂସାରର ମାୟା ମୋହରେ ପଡି
ଜୀବନର ଲକ୍ଷ ଭୁଲିଯାଏ
ଈଶ୍ୱରଙ୍କ ଚରଣେ ଶରଣ ନ ପଶି
ପ୍ରେମ ପ୍ରତ୍ୟୟରେ ଘୁରେ
ମନ ପକ୍ଷୀ ଉଡ଼ିଯାଏ |
