STORYMIRROR

Ansuman Swain

Abstract

3  

Ansuman Swain

Abstract

ମନ ମୋର ବୃନ୍ଦାବନ

ମନ ମୋର ବୃନ୍ଦାବନ

1 min
238

ମନ ମୋର ବୃନ୍ଦାବନ

           ଗୀତ ମୋର ଚନ୍ଦନ

ସେ ଚନ୍ଦନ ଅଙ୍ଗେ ଥିଲେ

         ଲାଗେ ମତେ ଶୋଭାବନ

ରେ ଘନ ଶ୍ୟାମ, ରେ ଘନ ଶ୍ୟାମ

ମନ ମୋର ନିରିମଳ

           ଦିଏ ମତେ ବୁଦ୍ଧି ବଳ

ସେଇ ବୁଦ୍ଧି ବଳେ ମୁହିଁ

            ପାଏ ସବୁରି ସଫଳ

ମନେ ମୋର କୀର୍ତ୍ତନ

         ଝୁରେ ମୁହିଁ ପ୍ରତି ଦିନ

କୀର୍ତ୍ତନେ ,କୀର୍ତ୍ତନେ ମୁହିଁ 

      ଦେଖେ ସଦା ଚକାନାୟନ

ରେ ଘନ ଶ୍ୟାମ ,ରେ ଘନ ଶ୍ୟାମ

ମନେ ନାହିଁ ରାଗ ହିଂସା 

       ବୁଝେ ପାରେ ସବୁ ଭାଷା

ଖୁସି ଲାଗେ ସବୁ କ୍ଷେତ୍ର

         ସଭିଏଁ ପରା ମୋ ମିତ୍ର 

ସାହା ମୋର ଚକା ବଦନ

        ମୋହ ମାୟା କରନ୍ତି ଛିର୍ଣ

ରେ ଘନ ଶ୍ୟାମ, ରେ ଘନ ଶ୍ୟାମ

ଦୁଃଖ ଆସିଲେ ଦିଏ ଆଡେଇ

    ଜଗନ୍ନାଥଙ୍କ ନାମ ଗାଈ, ଗାଈ 

ସୁଖ ଶାନ୍ତିରେ ଆମରି ଘର

   ମତେ ଲାଗେ କେଡେ ସୁନ୍ଦର

ଜଗନ୍ନାଥ ନାମ ନେଇ

           ବସୁଥାଏ ମହ,ମହ ହୋଇ

ପୁଷ୍ପ ପରି ମୋର ମନ

      ହସୁଥାଏ ରାତି ଦିନ 

ତମରି ଚରଣେ ଅଂଶୁମାନ

   ଗାଉଥାଏ ସଦା ତମରି ଗାନ

ରେ ଘନ ଶ୍ୟାମ, ରେ ଘନ ଶ୍ୟାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract