STORYMIRROR

Puspanjali Panda

Abstract

3  

Puspanjali Panda

Abstract

ମନ ଝୁରେ

ମନ ଝୁରେ

1 min
11.8K

ବଟା ମସଲା ଛେଚା ମସଲା

ମସଲା ଭିତରେ ରାଜା

ମୋ ଆଈଙ୍କର ଗୁଣ୍ଡି ଭଜା।

ଧଣିଆ ଗୁଣ୍ଡି ଚୁଆ ଚେମୁଣ୍ଡୀ

ଜୁଆଣୀ ଲବଙ୍ଗ ଦେଇ

ଆଈ ପାନ ଭାଙ୍ଗଇ ।।

ଧୁଳିଗୁଆର ପାନ ପତର

କେତକୀ ଖଇର ଥିଲେ

ମସଲା ପାନ ବୋଲେ।

ଖଣ୍ଡ ହଳଦୀ ଗୁଣ୍ଡ ହଳଦୀ

ହଳଦୀଆ କ୍ଷୀର ପିଇ

ତାକତ ପାଇଛି ଆଈ।

ଗୋଲମରିଚ ଲଙ୍କା ମରିଚ

ରାଗୁଆ କଞ୍ଚା ଲଙ୍କା

ଖାଇ ଆଈ ମୁହଁ ବଙ୍କା।

ଧଳାଲୁଣ କଳାଲୁଣ

ଲୁଣ ଭିତରେ ରାଜା

ସୈନ୍ଧବ ଲୁଣ ମଜା।

ରୋଷେଇ କରେ ମନଖୁସୀରେ

ମସଲା ବାଟି ରଖେ

ମୁଁ ଲୁଚି ଲୁଚି ଆଗ ଚାଖେ।

ନାହିଁ ସେ ଦିନ ନାହିଁ ତ ଆଈ

ଯାଇଛି ତରା ହୋଇ

ଏ ମନ ତାକୁ ଝୁରଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract