ମନ ଦର୍ପଣ
ମନ ଦର୍ପଣ
କାହିଁକି କାହାର ମନ ଦର୍ପଣେ
ଦେଖୁଥିବି ନିତି ମୋର ମୁଁହ,
କିଏବା କାହିଁକି ମୋ କଥା ଭାବି
ନୀରବେ ଝରାଇବ ନିତି ଲୁହ ।
ଫୁଲଟିଏ ଯଦି ହୋଇ ନପାରିଲି
କଣ୍ଟା ହେବି ନାହିଁ କାହା ପାଦେ,
କିଏବା କାହିଁକି ଜୀଇଁବ ଏକାକୀ
ଖାଲି ମୋ ସ୍ମୃତିର ଅବସାଦେ ।
ତଥାପି କାହିଁକି ଧାଇଁ ଯାଏ ମନ
କାହା ମନ ବନ ଉପବନେ,
ପାଗଳ ଭ୍ରମର ପୀରତିର ରସେ
ମତ୍ତ ହୋଇ ନାଚେ କ୍ଷଣ ଯୋଉବନେ ।

