ମନ ଚାହେଁ
ମନ ଚାହେଁ
ମନ ଚାହେଁ ଆଉଥରେ
ଜନମ ହୁଅନ୍ତି
ନୂଆକରି ଆଉଥରେ
ଜୀବନ ଗଢନ୍ତି l
ମନେ ମୋର ଭରନ୍ତିନି
ପାପ କଥା ଯେତେ
କାନେ ମୋର ଶୁଣନ୍ତିନି
ମିଛ କଥା ଯେତେ l
ହୃଦୟରେ ରଖନ୍ତିନି
ହିଂସା ମନୋଭାବ
କାହାକୁ ଵି ଦେଖାନ୍ତିନି
ଖରାପ ସ୍ଵଭାଵ l
ଆଖି ମୋର ଦେଖନ୍ତିନି
ଅଶ୍ଳୀଳ ଚେହେରା
ଦୁଷ୍ଟଜନ ହାତେ କେବେ
ନ ଦିଅନ୍ତି ଧରା l
ସ୍ୱାର୍ଥ ପାଇଁ ନିଅନ୍ତିନି
ଅନ୍ୟାୟ ଆଶାରା
ନିଜ ପାଇଁ ନିଅନ୍ତିନି
ମିଛର ଆଶରା l
