ମନ ଭ୍ରମରାରେ
ମନ ଭ୍ରମରାରେ
ମନ ଭ୍ରମରା ରେ..........
ଭ୍ରମୁଛୁ କାହିଁକି..... ଭ୍ରମରେ... .
କେତେ ଦିନକୁ ଆଣ୍ଟ.... ବାନ୍ଧିଛୁ ରେ ମନ
କି ଘେନି ଯିବୁ.... ସତ କହରେ.....
ଭ୍ରମୁଛୁ କାହିଁକି...... ଭ୍ରମରେ.....
ମନ ଭ୍ରମରାରେ..... ।
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ....
କି ଘେନି ଯିବୁ ତୁହି ଛୁଟିଲେ ଘଟ.....
ଘାଟ ଜଗିଅଛି...... ପାଉଣା ମାଗୁଛି
ଫଟା ପାହୁଲାଟେ..... ଅଣ୍ଟାରେ ଖୋସିଛି
ଅଢେଇ ଦିନର ସଂସାର ବାବୁରେ.....
ଅଢେଇ ଓଳିକି... କାବୁ କରିଛି.....
ଅଢେଇ ଓଳିକି..... କାବୁ କରିଛି.....
କେତେ ଦିନକୁ ମନ.... ବାନ୍ଧିଛୁ ଆଣ୍ଟ......
କି ଘେନି ଯିବୁ ତୁହି...... ଛୁଟିଲେ ଘଟ.......।
ମାୟା ସଂସାର ର.... ମାୟା ମରୀଚିକା.......
ତୃଷା ଭରିବାକୁ...... ପକାଉଛି ଡକା.....
ଆଶାରେ ଜୀବନ.... ଧଇଁ ସଇଁ ଧାଏଁ
ହାତ ପାହାନ୍ତରେ...... ଭରଷା ହରାଏ.....
ଏଇତ ମନ...... ଭ୍ରମରା ଧନ.....
କେତେ ଦିନକୁ ଆଣ୍ଟ.... ବାନ୍ଧିଛୁ ରେ ମନ
ଭ୍ରମୁଛୁ କାହିଁକି ଭ୍ରମରେ.....
ମନ ଭ୍ରମରାରେ..........।
ସଞ୍ଚିଥିବୁ ଧନ ଯେତକ ସମୟେ
ଅଲୋଡ଼ା ହୋଇବ...... ଜୀବ ଗଲାବେଳେ
ଲୋଡ଼ା ଥିବ ଧନ.......ଜ୍ଞାତି କୁଟୁମ୍ବରେ
ରକତ ସମ୍ପର୍କ....... ଦେଖୁଥିବେ ବଳେ
ଶୂନ୍ୟ ହସ୍ତେ ତୁହି..... କୋକେଇ ରେ ଶୋଇ
ଶେଷ ଠିକଣା କୁ...... ଯାଉ ଥିବୁରେ.....
ମନ ଭ୍ରମରାରେ...ଭ୍ରମୁଛୁ କାହିଁକି ଭ୍ରମରେ.....
ମନ ଭ୍ରମରାରେ..........।
ବଣ୍ଟୁଆରା ହେବ ତୋ ଅର୍ଜିତ ଧନ....
ବଣ୍ଟା ନହେବ ତୋ... ଜୀବନ ର ପୁଣ୍ୟ
କରିଥିଲେ ଧରମ.....ପୁଣ୍ୟ ତୋ ସ୍ୱକର୍ମ
ଘଟ ଛୁଟିଗଲେ...... ସ୍ୱର୍ଗ ଦ୍ୱାର ପଥେ.....
ଯିବୁ ତୁହି ସ୍ୱର୍ଗ ଧାମ.......
ଯିବୁ ତୁହି ସ୍ୱର୍ଗ ଧାମ.....
ମନ ଭ୍ରମରାରେ......।
କର୍ମ ଫଳ ସିନା ଭୋଗିବାକୁ ହୁଏ
ପ୍ରାରବ୍ଧ କର୍ମ ର ଗୁଣେ.......
ଧର୍ମ ଆଚରିଲେ..... କର୍ମ କରୁଥିଲେ......
ଜୀବନ ଟି ସିନା ଭୋଗ୍ୟ ଯେହ୍ନେ.....
ଅସାର ସଂସାର.... ହେବ ତହୁଁ ସାର ...
ବିଚାରିବେ ସୁଧୀ ଜନେ.....
ବିଚାରିବେ ସୁଧୀଜନେ.........
ଆଣ୍ଟ ପଣ ତୋର ବଣ୍ଟୁଆରା ହେବ
ମଶାଣି ଜୁଇରେ ଦିନେ........
ବିଚାରିବେ ସୁଧୀ ଜନେ......।।
