STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମନ ଭାଙ୍ଗି ନଯାଉ

ମନ ଭାଙ୍ଗି ନଯାଉ

1 min
3.0K

ଆସୁ ଯେତେ ଝଡ଼ ଆସୁ ବା ବତାସ

ସାହସ ମନରେ ଥାଉ

ଅକାଳେ ଅଦିନେ ହତାଶ ନ ହୋଇ

ମନ ମୋ ଭାଙ୍ଗି ନ ଯାଉ


ଜାଣିଛି ଜୀବନେ ଆସଇ ବିପଦ

ଘୁର୍ଣ୍ଣିଝଡ଼ ପୁଣି ଆସେ

ମନ ଭାଙ୍ଗିଗଲେ ଧୌର୍ଯ୍ୟ ସରିଗଲେ

ସୁନାର ସଂସାର ଭାସେ


ସବୁ ରାତି ପାଇଁ ଦିନଟିଏ ଅଛି

ଅନ୍ଧାର ପାଇଁ ଯେ ଆଲୋକ

ଦମ୍ଭ ଧରି ତାକୁ ସାମନା ନ କଲେ

କେମିତି ଗଡ଼ିବ ଜୀବନ ଚକ


କଷ୍ଟ କରୁଥିଲେ ଆଜି ନ ହେଲେ ବି

କାଲି ତୁ ହୋଇବୁ ସଫଳ

ଜାଣିଥା ଜୀବନେ ସଂଘର୍ଷ କରିଲେ

କେବେ ହେବୁ ନାହିଁ ବିଫଳ


Rate this content
Log in

Similar oriya poem from Abstract