STORYMIRROR

S.Kumar Amit

Fantasy

3  

S.Kumar Amit

Fantasy

ମନ ଆଉ ଆଖି

ମନ ଆଉ ଆଖି

1 min
427

କିଛି ପାଗଳାମି ଆଉ ଦୃଷ୍ଟାମୀ

ତା' ସହ କେତେ କଣ ଭାବନା

ଅସ୍ଥିରତା ରେ ମନ ଆଉ ଆଖି

ଉଚ୍ଛନ୍ନ ଦେଖିବେ ଝରକା ସେପାଖ।


ଝରକା ଆଢୁଆଳେ ସୁନେଲି ଆକାଶ

ଆଜି କିନ୍ତୁ ତା'ର ଲାଜ ପ୍ରବଳ

ଘୋଡେଇ ହୋଇଛି ବାଦଲ ବହଳ

ସ୍ମୃତି ପ୍ରୀତି ଦେଖି ଲାଗଇ ବିରଳ।


ଏ ସ୍ମୃତି ବି ବଡ଼ ବିଚକ୍ଷଣ

ମନେ ପଡିଗଲେ ମନ କନକନ

ଦେଖି ଏ ବିତଃତ୍ରସ୍ତ ପ୍ରେମ

ଲାଗୁଛି ବର୍ଷିବେ ଆଖି ଆକାଶ।


ବର୍ଷା କିନ୍ତୁ ବରଷେ ଖୁସି ମନରେ

ଆଖି କିନ୍ତୁ ଲୁଚିବାକୁ ବାର ଚେଷ୍ଟାରେ

ଟିପି ଟିପି ଶବ୍ଦ ବଢ଼ାଏ କୋହ

ଅନ୍ତରେ ଜାବୁଡି ଆଖି ଅସ୍ତବ୍ୟସ୍ତ।


ଆଖି ଚାଲିଯାଏ ଝରକା ସେପାଖକୁ

ମନ କିନ୍ତୁ ବାଧ୍ୟକରେ ଫେରିଆସିବାକୁ

ହୃଦୟ ପଚାରେ ଧୀରେ ବିବେକ୍ କୁ

କାହିଁ ଅଟକାଏ ବିଚରା ଆଖିକୁ ??


ଶୁଣି ବିବେକ୍ ଦିଅଇ ଉତ୍ତର

ମନ ଜାଣେ ଏକା କୋହ ପରିସର

ବିଚାର ତାର ଅଗ୍ରାମୀ ଭବିଷ୍ୟର

କୋହ ବଳେ ଆଖି ଝରାଏ ଝର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy