STORYMIRROR

S.Kumar Amit

Others

4  

S.Kumar Amit

Others

ମୌସୁମୀକୁ ସ୍ୱାଗତ

ମୌସୁମୀକୁ ସ୍ୱାଗତ

1 min
392

ବିରହତାର ଏ ପ୍ରାଙ୍ଗଣ ଭିତରେ

ସଦ୍ୟ ନୂଆ ରାଣୀ ଜଣଙ୍କ କିଏ?

କିଏ, କିଏ, କିଏ ସେଠି??

ମୋ ଅଗଣାରେ ଏ ଟିପି ଟିପି ଶବ୍ଦ କାହିଁକି?

କଣ, ଚାହୁଁଛ ତୁମେ??

ଆରେ ତୁମେ !!!

ତୁମେ ପୁଣି ଫେରିଛ??

ଦେଖ ତୁମ ଆଗମନ କି ସୁନ୍ଦର,

ମୋ ଅଗଣାରେ ସେ ଗଛଟିକୁ ଦେଖ

ଦେଖ,କିପରି ତୁମ ଅପେକ୍ଷାରେ ଥିଲା।।

ଆଜି ତୁମର ପହିଲି ଛୁଆଁରେ

ସତେ ଯେପରି ଆତ୍ମା ତାର ପ୍ରୀତ।।

ଆସ, ଆସ ଦେଖିଯିବ ଥରେ

ମୋ ଘରର ଝରକା ସେପାଖକୁ

ଥୁଣ୍ଟ ପ୍ରାୟ ମନେ ହେଉଥିବା

ସେ ଲଣ୍ଡା ପାହାଡ଼ଟିକୁ।।

ସତେ ଯେପରି ସେ ସଜାଇ ହେଲାଣି

ପୁଣି ଆକର୍ଷଣର କେନ୍ଦ୍ର ହେବାକୁ।।

ଫେରିବାରେ ଡେରି କାହିଁକି ପଚାରିବିନି

କିନ୍ତୁ,ସ୍ୱାଗତରେ ହେଳା କରିବିନି"ମୌସୁମୀ"।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍