STORYMIRROR

S.Kumar Amit

Others

3  

S.Kumar Amit

Others

ବେଳ ବୁଡି ଲଗ୍ନ ଗଡି ଯାଉଛି

ବେଳ ବୁଡି ଲଗ୍ନ ଗଡି ଯାଉଛି

1 min
353

ଯୌବନ ଆଳସ୍ୟର ଶେଷ ସୀମାନ୍ତରେ

କେଉଁ ନୂଆ ସ୍ୱପ୍ନ ଆଉ ଆଶାର ଆଶାରେ

ଆଜି ଭିନ୍ନ ଏକ ଦୁନିଆକୁ ପ୍ରବେଶ ପାଇଁ

ବେଳ ବୁଡି ଯାଉଛି, ଲଗ୍ନ ଗଡି ଯାଉଛି।।

ଗଡି ଗଡି କେତେ ଯାଏଁ ଗାଡିବ ଯେ

ଠିକ୍ ତୁମ ଆସିବାର ଅପେକ୍ଷା କରିବ

ବିଚଳିତ ଆତ୍ମା ପ୍ରାୟ ମନ ମୋ ଉଚ୍ଛନ୍ନ

ଦେଖିବାକୁ ତୁମ ରୂପ ମନ ବିଚଳନ।।

ଆଶା ଅସୁମାରୀ ସ୍ୱପ୍ନ ର କୁମାର

ରାଜ କୁମାର ନା ହେବ ବୃଦ୍ଧ ବର

ଭାବି ଭାବି ଗଳା ନିସ୍ତେଜି ଯାଉଛି

ବେଳ ବୁଡିବୁଡି ଲଗ୍ନ ପାଖେଇ ଆସୁଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍