STORYMIRROR

S.Kumar Amit

Others

3  

S.Kumar Amit

Others

ଉତ୍ତର

ଉତ୍ତର

1 min
221

ଯେତେ କହିଲେ ବି ଅନ୍ଧାର ଶୁଣେନି

ଆଲୁଅ କି ଦେବ ଉତ୍ତର

ମିଛ ହାତ ଖୋଲା ସତ ହାତେ ବେଡୀ

ପ୍ରଶ୍ନ ମତେ ବାରମ୍ବାର!!


ଅପରୂପ ସେହି ସୌନ୍ଦର୍ଯ୍ୟ ବିମୁଗ୍ଧେ

ନିଶାର୍ତ ରଜନୀ କୋଳେ

ସ୍ପର୍ଶ ଏକ ତନ୍ତ୍ର ବିଦ୍ୟାର ସମାନ

ସମ୍ମୋହନେ ଅର୍ଘ୍ୟ ଢାଳେ,


ବିଜୁଳି ଚମକ ଆକାଶ ଚିତ୍କାର

ପବନ ଗର୍ଜନ ସାଥେ

ଦୁଇ ଆତ୍ମା ଏକ ବାହ୍ୟରୁ ବିଚ୍ଛେଦି

କାମନା ମାର୍ଗର ପଥେ,


ଦୁର୍ବଳ ବଳରେ ଛନ୍ଦି ଜୀବନକୁ

ଶୂନ୍ୟ କାଳ ମସ୍ତିଷ୍କରେ

ନିୟମ ବିରୁଦ୍ଧି ଅପରାଧ ପରେ

ଚରିତ୍ର ପ୍ରଶ୍ନ ଘେରାରେ!


ନାରୀ ଅସହାୟା ଅବଳା ଦୁର୍ବଳା

ଆଶ୍ୱାସନା କାହିଁ କେତେ

ପୌରୁଷ ଚରିତ୍ର ହୁଏ ନାର ଖାର

କି ଅବା ନ୍ୟାୟ ଏ ସତେ!


ପୁରୁଷ ପାଇଁକି ନ୍ୟାୟାଳୟ ନାହିଁ

ହତ୍ୟା ପରେ ପୌରୁଷର

ଭୁଲ୍ ର ସମୀକ୍ଷା ତୁମେ ଆଉ ମୁଁ

ନୀରବ କାହିଁ ଏ ଉତ୍ତର??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍