STORYMIRROR

S.Kumar Amit

Fantasy

3  

S.Kumar Amit

Fantasy

ମୋ ନୀରବତା ତା ଗର୍ଜନ

ମୋ ନୀରବତା ତା ଗର୍ଜନ

1 min
148

ତା' ଲେଉଟାଣି ଢେଉର ଗର୍ଜନ

ଆଉ ମୋ ନୀରବତା!

ଆଜି ଯୁଦ୍ଧ ଭୂଇଁରେ ଅବତରଣ,

ବାଆ ସୁଅ ଶଙ୍ଖ

ଉଚ୍ଛୁଳା ଡିଆଁ ନୌକା ରୂପି ଧ୍ୱଜା

ଦିଏ ଆହ୍ୱାନର ଧ୍ୱନି

ଭାଙ୍ଗେ ଯୁଦ୍ଧ ଭୂଇଁ ନୀରବତା,

ଶୁଣାଏ ଏକ ଘୋଷଣା

"ମୋ ଗର୍ଜନରେ ଭାଙ୍ଗିଯିବୁ ତୁ'

ସତ୍ତା ବା ତୋର କେତେ!"

ମୁଁ ହସିଦିଏ,

ମୁରୁକି ମୁରୁକି ଭାବିବାକୁ ଲାଗେ,

"ତୁ ବା କେମିତି ବୁଝିବୁ,

ମୋ ଛାତି ତଳ କୁହୁଳା ଧୂଆଁକୁ

ଧୂଆଁ ନୁହେଁ ତ' ଯୁଦ୍ଧ ପରେ 

ଶୁଭୁଥିବା ଆର୍ତ୍ତନାଦର ଚିତ୍କାର,"

ତୁ ତ ଅସୀମିତ,

ଏଠି ଦୁଃଖ ଭୋଗିଲେ ଅନ୍ୟଠି ସୁଖ,

ମୁଁ କିନ୍ତୁ ସୀମିତ,

ଆଜି ନୀରବ' କିନ୍ତୁ ଅହରହ ଗର୍ଜିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy