STORYMIRROR

Suresh chandra Padhy

Drama

3  

Suresh chandra Padhy

Drama

ମନ ଆକାଶରେ ଜହ୍ନ

ମନ ଆକାଶରେ ଜହ୍ନ

1 min
167


ଆରେ ଜହ୍ନ ତୁ ସରଗୁ ଖସି

ମୋ ମନ ରେ କେବେ ରହିବୁ ଆସି

ତୋ ଶୀତଳତା ତୁ ଭରି ଦେବୁ

ମୋ ମନ ରେ ନୀତି ରହିବୁ ।


ରୂପା ଜହ୍ନ ମୋ ମନ ରେ ରହିଛି

କି ସୁନ୍ଦର ତା ଶୋଭା ଦିଶୁଛି

ମୋ ଜହ୍ନ କୁ ନ ଲାଗୁ କାହା ନଜର

ମୁ ସାଇତି ରଖିଛି ମନ ରେ ମୋର ।


ମୋ ମନ ରେ ଅନ୍ଧକାର ନାହିଁ

ଜହ୍ନ ରହିଛି ମୋତେ ଚାହିଁ

ଭାବ ରେ ବାନ୍ଧିଛି ମନକୁ ମୋର

ମନ ଆକାଶେ ଜହ୍ନ ଲାଗେ ସୁନ୍ଦର ।


ସବୁ ଦୁଃଖ ମୋର ଯାଇଛି ଚାଲି

ଜହ୍ନ ରାଇଜ ରେ ବୁଲୁଛି ଖାଲି

ମନ ଆକାଶ ମୋ ନିର୍ମଳ ହୋଇଛି

ଜହ୍ନ ର ପରଶ ପାଇ ହଜି ଯାଉଛି ।


ଆରେ ଜହ୍ନ ଧରିବି ତୋତେ

କେତେ ଦୂରେ ତୁ ରହିଛୁ ସତେ

ମୋତେ ତୁହି ଧରା କେବେ ଦେବୁ

ମନ ଆକାଶରୁ ଉଭା ହୋଇ ଆସିବୁ ।


Rate this content
Log in

Similar oriya poem from Drama