STORYMIRROR

Hrushikesh Satpathy

Inspirational

2  

Hrushikesh Satpathy

Inspirational

ମମତାର ଡାକ

ମମତାର ଡାକ

1 min
13.4K


ଆକାଶଟା ହାତ ଠାରି ଡାକେ

ସାଗରକୁ ସୁନାବେଶେ ସଜେଇବା ପାଇଁ।

ବେଳାଭୂମି ଶ୍ରାବଣୀକୁ ଖୋଜେ

ତା' ମହକେ ଝୁମି ଝୁମି ଭିଜିଯିବା ପାଇଁ।

ସକାଳର ସୂରୁଯ କିରଣେ

ସନ୍ସାର ଟା ସୁନା ସୁନା ଦିଶେ।

ଝାଉଁ ବଣ ପ୍ରୀତି ଗୀତ ଗାଏ

ନାଚି ଉଠେ,ତାଳେ ତାଳେ

ଛନ୍ଦେ ଛନ୍ଦେ ଆଶା ଓ ସପନ ନେଇ ମିଳନର ପ୍ରତି ମୁହୂର୍ତ୍ତରେ।

ବିଦୀର୍ଣ୍ଣ ବସୁଧା ଵ୍ୟଥା ଜର୍ଜରିତ

କହେ , ହେ ମଣିଷ !

ମାଟି ମା' ମୁଁ ।

ପଥରକୁ ପୂଜା କରୁ,

ଦେବତାର ଆସନେ ବସାଇ।

ଗନ୍ଧ ପୁଷ୍ପ ଅର୍ଘ୍ୟ ଦେଇ

କରୁ ଆତ୍ମ ସମର୍ପଣ।

ହାଇ ମୋ କପାଳ !!

ଅବହେଳିତ ମୁଁ।

ନିଷ୍ପେସିତ ମୁଁ।

ଜର୍ଜରିତ ମୁଁ।

ଅଭିଶପ୍ତ କିନ୍ନର ସତେକି।

ଦରକାର ନାହିଁ

ଗନ୍ଧ ପୁଷ୍ପ ଅର୍ଘ୍ୟ ର ଆଳତି।

ସ୍ନେହ କାଙ୍ଗାଳ ମୁଁ।

ତୋ' ହୃଦୟରୁ କାଣିଚାଏ ସ୍ନେହ,

ଆଦରର ମା' ଡାକରେ

ହୋଇଯିବି ବିମୁଗ୍ଧ ବିଭୋର।

ଢାଙ୍କିଦେବି ସବୁ ଦୋଷ ପଣତ ଉହାଡେ।

ମୁଁ ମା' ତୋର ।

ମମତାର ଜୁଆରରେ 

ଉଦ୍ବେଳିତ ହେବ ତୋ' ଅଗଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational