STORYMIRROR

ସୁରେନ୍ଦ୍ର ମିଶ୍ର

Inspirational

4  

ସୁରେନ୍ଦ୍ର ମିଶ୍ର

Inspirational

ମମତାମୟୀ ମା

ମମତାମୟୀ ମା

1 min
328



ସ୍ନେହମୟୀ ସେ ଅମୃତ ଧାରା

ସବୁ ସମ୍ପର୍କ ରୁ ଅଟଇ ନିଆଁରା

ନିତ୍ୟ ସତ୍ୟ ଅଟେ ସେ ସୃଜନକାରୀ l


କୋଟି ପୂଜା ର ସର୍ବଦା ଅଧିକାରୀ

ପଣତେ ଘୋଡେଇ ଦେଲେ ସେ ଥରେ

ଛୋଟ ଲାଗେ ଏ ବିଚିତ୍ର ସଂସାର l


ମା ନଥିଲେ ପାଖରେ ଆମର ସବୁତ 

ଲାଗେ ଯେମିତି ଅସାର

ମା ବୋଲି ଏ ଗୋଟିଏ ଅକ୍ଷର l


ଦୁନିଆର ସବୁଠୁ ଲାଗେ ମଧୁର

ମା ର ଆଶିଷ ଥିଲେ ଦୁଃଖ ଛୁଇଁବନି ପାଖ

ମା ର ଚରଣ ରେ ଅଛି ସରଗ ଯାକର ସୁଖ l


ଆକାଶ ରେ ଯେତେଦିନ ସୂର୍ଯ୍ୟ, ଚନ୍ଦ୍ର ଉଇଁଥିବ 

ମା ଆମର ପୂଜା ପାଉଥିବ

ସ୍ନେହ ମମତା ର ପବିତ୍ର ମନ୍ଦିରେ l


ଶୋଭା ପାଏ ତୁମେ ନିତି ,

ମା ପାଦ ପଦ୍ମେ ଭକ୍ତିର କୁସୁମ 

ଅର୍ପଣରେ ଅଛି ଅସଂଖ୍ୟ ଶାନ୍ତି

ମା ତତେ ମୋର କୋଟିଏ ପ୍ରଣାମ 

ରହିଥିବ ଚିରଦିନ ।।।

          

     


Rate this content
Log in

Similar oriya poem from Inspirational