STORYMIRROR

MADHU MITA

Abstract

3  

MADHU MITA

Abstract

ମମତା

ମମତା

1 min
11.8K

ଡେଣା ମେଲି ବସିଛି

ମନଟା ହେଉଛି ସତ ହେଲେ

କୋରଡ ରୁ ବାହାରି ହେଉନି

ଛୋଟ ଛୋଟ ଛୁଆ ମାନେ

ଭୋକେ ରାବ କଲେଣି

ତଳେ ଭୋକିଲା ମାର୍ଜାର 

ମାଡିବସି ବାକୁ ସଜ ହେଇଛି

ପାଖ ଶାଖା ରେ କାକ ଟିଏ

ଚଞ୍ଚୁ ମେଲି ଦେଖୁଛି

ଶିକାରୀ ଆସିଗଲାଣି

ଜାଲ ହାତରେ ଛନ୍ଦି

ସଭିଙ୍କ ଆଖି ନେବାପାଇଁ ଜୀବନ

କରି ଫିକର ଫନ୍ଦୀ

କ୍ଷୁଧା ଜୀବନ ନେବ

ନ କ୍ଷୁଧା ନିବାରଣ ହେବ

ବଞ୍ଚିବାର ମୋହ କଣ

ମୃତ୍ୟୁ ରେ ପୂର୍ଣ୍ଣ ହେବ

ତଥାପି ହାରି ନାହିଁ ସେ

ହାରି ପାରିବ ନାହିଁ ଜନନୀ

ପୃଷ୍ଟଦେଶେ ବସାଇ ଶାବକ

ଉଡାଣ ର ଶେଷ ଚେଷ୍ଟା କଲାଣି          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract