STORYMIRROR

Sarojini Behera tiki

Abstract

3  

Sarojini Behera tiki

Abstract

ମଳୟ ବାସନା

ମଳୟ ବାସନା

1 min
267


ଅଙ୍ଗ ଵସନ ମୋ   ଅଲରା ହୋଇଛି

     ‌ମୁକୁଳା କେଶ ବିନ୍ୟାସ

ମଳୟ ବାସରେ    ବାସ ଚହଟୁଛି

     କେଣେ ଗଲା ଅନ୍ତଵସ୍ତ୍ର

ତପନ କିରଣ    ପ୍ରାଚୀ ନଗରୀରେ

    ହୋଇଲାଣି ଉଦ୍ଭାସିତ

ଲାଜୁଆ ପ୍ରଭାତ   ସ୍ଵାଗତ କଲାଣି

     ଜଡାଇ ରଖିଛି ଶୀତ

ଚିବୁକ ଚର୍ଵଣ    ଚମକ ଗଣ୍ଡରେ

    ଦନ୍ତ ଚିହ୍ନ ଜର୍ଜରିତ

ସୁକୁମାର ତନୁ   ଭାଙ୍ଗୁଛି ଅଳସ

     ରସ ସିକ୍ତ ଉତ୍ସର୍ଗୀତ

ବିତିଲା ରଜନୀ  ଅତିନ୍ଦ୍ରୀୟ ତାତି

    ଦଂଶନରେ ସମ୍ମୋହନ

ନାଗଫାଶ ପ୍ରିତୀ  ପ୍ରଣଘାତ ରତୀ

    ଉତ୍ସର୍ଗୀତ ଵିଵସନ

ସତ ଘଡ଼ ଘଡ଼ି  କମ୍ପିଲା ମେଦିନୀ

    ଦେହେ ଭରେ ଶିହରଣ

କମ୍ପମାନ ହେଲା  ରୋମାଞ୍ଚିତ ହେଲା

    ଅର୍ଦ୍ଧ ଉର୍ଦ୍ଧେ ତା ଚରଣ

ରାତି ଉଜାଗର    ମଧୁର ମୂର୍ଚ୍ଛନା

    ଛନ୍ଦେତୋଳେ ମଧୁରାତି

ନିଷ୍ଠୁର ସମୟ    ମେଲାଣି ମାଗିଲା

    ପାହିଗଲା ସ୍ମୃତି ରାତି

ପବିତ୍ର ପାପି ମୁଁ   ପାପ ନୁହେଁ ସିଏ

     ପ୍ରକୃତି ରହସ୍ୟ ଗୁଢ

ସଂସାର ସର୍ଜନା    ନୂତନ ସୃଷ୍ଟିର

     ସତ୍ୟରେ ଚାଲିଵୁ ମୁଢ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract