ମଲା ଜୀବନ
ମଲା ଜୀବନ
ଜୀଇଁ ଥାଉ ଥାଉ
ହାତେ ବଳ ଥାଉ ଥାଉ
ଅଳସୁଆ ହୋଇପଡ଼େ ଯେ ଜନ
ଏମିତି ଜୀବନ ବଞ୍ଚିକି କି ଲାଭ
ଜୀଉଁଥିଲେ ଧରି ମଲା ଜୀବନ l
ଜୀବନ ଯୁଦ୍ଧରେ ହାରିଗଲେ ବାବୁ
ସରିନାହିଁ ଜୀବନର ସଂଘର୍ଷ
ସପନ ଦେଖିବା ସରିଗଲେ ସିନା
ଜୀବନଟା ପରା ଲାଗାଇ ବିଷ l
ସୁଖ ଦୁଃଖ ଆଉ ଖାଲ ଢିପ କେତେ
ଆସିବ ଜୀବନ ପଥରେ
ଆଶା ବାଡ଼ି ବାବୁ ଧରିଥିଲେ ହାତେ
ମନ ହାରେ ନାହିଁ କେବେ ରେ l
